ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ ଆସୋସିଏସନର ରାଲି ଓ ଧାରଣା…

ଫୁଲବାଣୀ : ଭାରତୀୟ ମଜଦୁର ସଙ୍ଘ ସଂଲଗ୍ନ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ ଆସୋସିଏସନ ତରଫରୁ କର୍ମଚାରୀ ମାନଙ୍କର ଦୀର୍ଘ ଦିନର ଦାବି ନେଇ ଆଜି ଫୁଲବାଣୀ ସ୍ଥିତ ମାଦିକୁନ୍ଦା ଛକ ଠାରୁ ଏକ ବିଶାଳ ରାଲିରେ ଜିଲ୍ଲପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିବା ଦେଖିବାକୁ ମିଳିଛି l
୨୦୧୮ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ | ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ, ଯେତେଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆଯାଇନାହିଁ ସେତେଦିନ ପର୍ଯ୍ୟନ୍ତ କର୍ମୀ ମାନଙ୍କୁ ୧୮ ହଜାର ଓ ସହାୟିକା ମାନଙ୍କୁ ୨ ହଜାର ଟଙ୍କା ପ୍ରଦାନ କରାଯିବା ସହିତ ଇପିଏଫ ଇଏସଆଇସି, ଓ ଗ୍ରାଚୁଟିରେ ସାମିଲ କରାଯାଉ l ମିନି ଅଙ୍ଗନୱାଡ଼ି ଉଚ୍ଛେଦ କରି ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ମୁଖ୍ୟ ଅଙ୍ଗନୱାଡ଼ି କର୍ମୀର ମାନ୍ୟତା ପ୍ରଦାନ କରାଯାଉ l ଅଙ୍ଗନୱାଡ଼ି କର୍ମଚାରୀ, ମିନି ଅଙ୍ଗନୱାଡ଼ି କର୍ମଚାରୀ ଓ ସହାୟିକା କୁ ଅବସର କାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଓ ପେନସନ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯାଉ ।
କାର୍ଯ୍ୟରଡ ଅବସ୍ଥାରେ ମୃତ୍ୟୁ ବରଣ କଲେ ଅଙ୍ଗନୱାଡ଼ି କର୍ମଚାରୀ ମାନଙ୍କୁ ମୃତ୍ୟୁ କାଳିନ ସହାୟତା ରାଶି ୫ ଲକ୍ଷ ଟଙ୍କା ଦେବା ସହିତ ପରିବାରରୁ ଜଣଙ୍କୁ ଚାକିରୀ ଦିଆଯାଉ l
ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ବାଦ ଦିଆଯାଉ ଓ ପୋଷଣ ଟ୍ରାକରରେ ଅନଲାଇନ ଲୋକେସନ ବନ୍ଦ କରାଯିବା ସହିତ ୨୦୧୮ ରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶକୁ ଲାଗୁ କରାଯାଉ l ନୂତନ ଶିକ୍ଷାନୀତି ରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନରଖ୍ ସମସ୍ତ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ଵି – ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ଦିଆଯାଉ ।
୫୦% ଅଙ୍ଗନୱାଡ଼ି କର୍ମୀଙ୍କୁ ପଦୋନ୍ନତି ଦିଆଯାଉଥିବା ବେଳେ ଆଉ ୫୦ % ସ୍ନାତ୍ତକ ଓ ତଦୁର୍ଧ ଅଙ୍ଗନୱାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦିଆଯାଉ l

nis-ad
Leave A Reply

Your email address will not be published.