କରୋନାର ୪ର୍ଥ ଲହରକୁ ନେଇ ଏଭଳି ଆକଳନ କରିଛନ୍ତି ଆଇଆଇଟି ପ୍ରଫେସର…

ନୂଆଦିଲ୍ଲୀ: ଚୀନ୍, ଆମେରିକା, ଜାପାନ, ବ୍ରିଟେନ, ଦକ୍ଷିଣ କୋରିଆ ସମେତ ବିଶ୍ବରେ କେତେକ ଦେଶରେ ସଂକ୍ରମଣ ହାର ବିଶେଷ ବୃଦ୍ଧି ପାଇଥିବା ବେେଳେ ଭାରତରେ ମଧ୍ୟ ସଂକ୍ରମଣ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଉଥିବା ଦେଖାଯାଉଛି। ତେଣୁ, ଜାନୁଆରି ମାସରେ ଦେଶରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କେନ୍ଦ୍ର ସରକାର କହିଛନ୍ତି।

ତେଣୁ ଆଗାମୀ ୪୦ରୁ ୪୫ ଦିନ ବିଶେଷ ଗୁରୁତ୍ବପୂର୍ଣ୍ଣ ରହିଛି। କାରଣ ଦେଖିବାକୁ ଗଲେ ପୂର୍ବରୁ ଯେବେ ବି ଚୀନରେ କରୋନା ସଂକ୍ରମଣ ଖବର ସାମ୍ନାକୁ ଆସିଛି, ତାହାର ୪୦ ଦିନ ପରେ ଭାରତରେ କୋଭିଡ ମାମଲା ବୃଦ୍ଧି ପାଇଥାଏ।
ଏହି କ୍ରମରେ ଆଇଆଇଟି କରୋନା ମେଡଲ କରୁଥିବା ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି, ‘ଭାରତରେ ନୂଆ କରୋନା ଲହରକୁ ନେଇ ଭୟଭୀତ ହେବାର କିଛି ଆବଶ୍ୟକ ନାହିଁ। ଚୀନରେ ଯେ ପର୍ଯ୍ୟନ୍ତ କରୋନା ମାମଲା ୯୦ ପ୍ରତିଶତକୁ ପହଞ୍ଚିନାହିଁ, ସେ ପର୍ଯ୍ୟନ୍ତ ସେଠାରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିବ। ଚୀନରେ ଯେବେ ଲୋକଙ୍କ ଠାରେ ପ୍ରାକୃତିକ ଇମ୍ୟୁନିଟି ବିକଶିତ ହୋଇଯିବ ସେବେ ଦେଶର ପରିସ୍ଥିତି ସୁଧୁରିଯିବ।

ଅକ୍ଟୋବର ମାସର ଶେଷବେଳକୁ ଚୀନର ମୋଟ ଜନସଂଖ୍ୟା ମଧ୍ୟରୁ ୫ ପ୍ରତିଶତ ଲୋକଙ୍କ ମଧ୍ୟରେ ପ୍ରାକୃତିକ ଇମ୍ୟୁନିଟି ବିକଶିତ ହୋଇ ନଥିଲା। ଏହି କ୍ରମରେ ଦେଖିବାକୁ ଗଲେ ନଭେମ୍ବର ଶେଷବେଳକୁ ଏହି ଆକଳନ ୨୦ ପ୍ରତିଶତ କମ ରହିଥିଲା। ଏହି କାରଣରୁ ଚୀନରେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡ଼ିଗଲା। ଆଉ ସେଠାରେ ଏବେ କରୋନା ପରିସ୍ଥିତି ଆଣାୟତ୍ତ ହୋଇପଡ଼ିଛି।

nis-ad
Leave A Reply

Your email address will not be published.