ଦଲାଇଲାମାଙ୍କ ଉପରେ ନଜର ରଖୁଥିବା ସଂଦିଗ୍ଧ ଚୀନ ଗୁପ୍ତଚର ଗିରଫ…

ନୂଆଦିଲ୍ଲୀ : ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଉପରେ ଗୁପ୍ତଚରବୃତ୍ତି ଅଭିଯୋଗରେ ବିହାର ପୁଲିସ ବୋଧଗୟାରୁ ଜଣେ ଚୀନ ମହିଳାକୁ ଅଟକ ରଖି ପଚରାଉଚରା କରୁଛି। ପଚରାଉଚରା ପରେ ତାକୁ ଚୀନକୁ ପଠାଇଦେବା ପାଇଁ ପ୍ରସ୍ତୁତି କରାଯାଉଛି ।

ଏହା ପୂର୍ବରୁ ଏହି ମହିଳାଙ୍କ ସଂପର୍କରେ ଗୁଇନ୍ଦା ଏଜେନ୍ସିମାନେ ଏକ ସତର୍କତା ଜାରି କରିଥିଲେ । ଏହି ରିପୋର୍ଟ ଆଧାରରେ ଚୀନ ମହିଳାଙ୍କ ଏକ ରେଖାଚିତ୍ର ବା ସ୍କେଚ୍ ଜାରି କରାଯାଇଥିଲା । ସଂପୃକ୍ତ ମହିଳାର ନାଁ ସଙ୍ଗ୍ ସିଆଓଲାନ ବୋଲି ଜଣାପଡ଼ିଥିଲା ଓ ତା ସମ୍ପର୍କରେ କୌଣସି ସୂଚନା ମିଳିଲେ ପୁଲିସକୁ ଜଣାଇବାକୁ ଲୋକମାନଙ୍କୁ ନିବେଦନ କରାଯାଇଥିଲା । ଗୁଇନ୍ଦା ରିପୋର୍ଟ ଅନୁସାରେ ଉକ୍ତ ମହି​ଳା ଗତ ପ୍ରାୟ ୧ ବର୍ଷ ହେଲା ବିନା ଭିସାରେ ବୋଧଗୟାରେ ରହୁଥିଲା ।

ଏ ସଂପର୍କରେ ଏସଏସପି ହରପ୍ରୀତ କୌର କହିଛନ୍ତି ଯେ ଆମେ ସ୍କେଚର ଅନୁସନ୍ଧାନ କରୁଛୁ ଏବଂ ବୋଧ ଗୟାରେ ହୋଟେଲ ବ୍ୟବସାୟ ସହିତ ଜଡିତ ଲୋକଙ୍କ ସହ ମଧ୍ୟ ଆଲୋଚନା କରୁଛୁ । ସେ କେଉଁ କେଉଁ ହୋଟେଲ ଓ ଘରେ ରହୁଥିଲେ ସେ ବାବଦରେ ତଦନ୍ତ ଚାଲିଛି ।

ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଦଲାଇ ଲାମା ବୋଧଗୟାରେ ପ୍ରାୟ ଏକ ମାସ ରହିବାର କାର୍ଯ୍ୟକ୍ରମ ରହିଛି । ବୋଧଗୟା କଳାଚକ୍ର ପଡ଼ିଆରେ ଆୟୋଜନ ହେବାକୁ ଥିବା ଏକ ତିନି ଦିନିଆ ଆଲୋଚନା କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ।

nis-ad
Leave A Reply

Your email address will not be published.