ଦୁଇଦିନିଆ ଜିଲ୍ଲାସ୍ତରୀୟ ଚେସ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ…

ଫୁଲବାଣୀ : କନ୍ଧମାଳ ଜିଲାରେ ଚେସ ଖେଳକୁ ପ୍ରତ୍ସାହନ ଦେବା ପାଇଁ କନ୍ଧମାଳ ଜିଲ୍ଲା ଚେସ ଏସୋସିଏସନ ପକ୍ଷରୁ ସ୍ଥାନୀୟ ଏଜେ ଓ ହାଇସ୍କୁଲ ପରିସରରେ ଆରମ୍ଭ ହୋଇଥିବା ଦୁଇଦିନିଆ ଜିଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆଜି ବୁଧବାର ଉଦଯାପିତ ହୋଇଛି lଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ଯୋଗ ଦେଇ ତାଲିମ ନେଇଥିବା ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହ ଜିଲ୍ଲାରେ ଅଧିକରୁ ଅଧିକ ଛାତ୍ର ଛାତ୍ରୀ ଯେପରି ଚେସ ଖେଳ ପ୍ରତି ଆକୃଷ୍ଟ ହେବେ ଆଉ ଭଲ ଖେଳାଳି ହୋଇବାହାରିବେ ସେଥିପ୍ରତି ଦ୍ରୁଷ୍ଟି ଦେବାଲାଗି ପରାମର୍ଶ ଦେଇଥିଲେ l ରାଜ୍ୟର ଜଣାଶୁଣା ଅଭିଜ୍ଞ କୋଚ ତାଲିମ ଦାତା ରାଜେନ୍ଦ୍ର କୁମାର ସାହୁ ତାଲିମ ପ୍ରଦାନ କରିଥିଲେ l
ବିଶେଷ କରି ହାଇ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ, ପିଇ ଟି ମାନଂକୁ ତାଲିମ ପ୍ରଦାନ କରାଯାଇଥିଲା lଫଳରେ ସେମାନେ ହାଇସ୍କୁଲ ପିଲାମାନଙ୍କୁ ତାଲିମ ଦେବେ ଓ ଚେସ ପ୍ରତି ଆଗ୍ରହ ସୃଷ୍ଟି କରିବେ lପରେ ଚେସ ଏସୋସି ଏସନ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଚେସ ପତିଯୋଗିତା ଅନୁଷ୍ଠିତ ହେବ lମୁଖ୍ୟମନ୍ତ୍ରୀ ମଧ୍ୟ ସ୍କୁଲ ରେ ଚେସ ଖେଳକୁ ପ୍ରାଧାନ୍ୟ ଦେଇ ଚେସ ଇନ ସ୍କୁଲ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି lଜିଲ୍ଲା ଚେସ ଏସୋସିଏସନ ସଭାପତି k. ଜ୍ଞାନ ରଞ୍ଜନ ଦୋରା, ପରାମର୍ଶ ଦାତାବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା, ଜ଼ିଲ୍ଲା ପ୍ରେସ କ୍ଲବ ସଭାପତି ତଥା ଚେସ ଏସୋସିଏ ସନ ସଂଗଠନ ସମ୍ପାଦକ ସୁନୀଲ ପଟ୍ଟନାୟକ ,ଫିଜିକାଲ ଟ୍ରେନିଂ ଇନ ଷ୍ଟ୍ରକ୍ଟର ରଙ୍କ ନିଧି ବେହେରା, ସଦସ୍ୟତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ସମ୍ପାଦକ ଅଶୋକ ପରିଡା, ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ଚେସ ଖେଳିବା ଦ୍ୱାରା ଖେଳାଳି ମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶରେ ସହାୟତା କରିଥାଏ ବୋଲି କହିଥିଲେ l କନ୍ଧମାଳ ଜିଲ୍ଲାରେ ଚେସ ଖେଳର ପ୍ରଚାର ପ୍ରସାର ଦିଗରେ ଜିଲ୍ଲା ଚେସ ଏସୋ ସିଏସନ ଯଥାସାଧ୍ୟ ଉଦ୍ୟମ କରୁଥିବା କହିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ବେହେରା, ଶିବରାମ ନାୟକ ମନୋଜ ଚୌଧୁରୀ, ଉମେଶ ପାତ୍ର ବିକାଶ ମହାନ୍ତି, ଜୟଶେନ ପରିଡା, ବନ ବିହାରୀ ନନ୍ଦ, ଯୁଧିଷ୍ଟିର ମହାନ୍ତି, ପ୍ରମୁଖ ଉପସ୍ଥିତରହି ସହଯୋଗ କରି ଥିଲେ lଏହି ଅବସରରେ ଚେସ ଏସ ସୋ ସିଏସନ ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀ ନାୟକ, ଓ ଜାତୀୟ ସ୍କୁଲ ସ୍ତରୀୟ ଚେସ ପ୍ରତିଯୋଗିତା ରେ ତୃତୀୟ ସ୍ଥାନ ଅଧିକାର କରି ଥିବା ଅlଦ୍ୟସିଂ କହଁର ଙ୍କୁ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l

nis-ad
Leave A Reply

Your email address will not be published.