ପାହାଡ଼ପଦର ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ, ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କଳାହାଣ୍ଡି : ଲାଞ୍ଜିଗଡ଼ ବ୍ଲକ ପାହାଡପଦର ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ ଦେବାନନ୍ଦ ସାଗର ଆଜି ତାଙ୍କ ନିଜ ବାସ ଭବନରେ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ତୁରନ୍ତ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ପଞ୍ଚାୟତର ସରକାରୀ ଅନୁଦାନ ରାଶି ହଡପ କରିଥିବା ନେଇ ଅଭିଯୋଗ ପ୍ରମାଣିତ ହେବା ପରେ ଜିଲ୍ଲାପାଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ।

ସୂଚନାଯୋଗ୍ୟ ଯେ ପାହାଡ଼ ପଦର ପଞ୍ଚାୟତର ସରପଞ୍ଚ ଲକ୍ଷ୍ମଣ ମାଝୀଙ୍କ ଜାଲ୍ ଦସ୍ତଖତ କରି ୪୭ ଲକ୍ଷ ୧୭ ହଜାର ୯୭୯ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ସରପଞ୍ଚ ଓ ସମିତିସଭ୍ୟଙ୍କ ଅଭିଯୋଗ ପରେ ଲାଞ୍ଜିଗଡ଼ ଏବିଡିଓ ବିଭୁତିଭୂଷଣ ଶତପଥି, ଜିପିଇଓ ସରୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ପ୍ରଶାସନିକ ତଦନ୍ତ ହୋଇଥିଲା । ଏହି ରିପୋର୍ଟ ଆଧାରରେ ସମ୍ପୃକ୍ତ ପିଇଓ ଶ୍ରୀ ସାଗରଙ୍କୁ ନିଲମ୍ବନ କରାଯାଇଥିଲା। ପୁର୍ବରୁ ଥୁଆମୁଳ ରାମପୁର ବ୍ଲକରେ ମଧ୍ୟ ସେ ଏପରି କାରନାମା କରିଥିବା ସହିତ ୫୮ ଲକ୍ଷ ୭୨ ହଜାର ୬୧୬ ଟଙ୍କା ହଡପ କରିଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି । ତେବେ ଉଭୟ ବ୍ଲକରେ ସରକାରୀ ଅନୁଦାନ ଚଳୁ କରିବା ଅଭିଯୋଗରେ ଦେବାନନ୍ଦଙ୍କୁ ନିଲମ୍ବନ କରାଯାଇଥିଲା। ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି।

nis-ad
Leave A Reply

Your email address will not be published.