ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଶିକ୍ଷକ ନିଯୁକ୍ତିରେ ଜାଲିଆତି…

ମାଲକାନଗିରି ,: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପତ୍ର ସଂଖ୍ୟା ୧୧୬୭୬ ତାରିଖ ୩୧.୦୫.୨୦୦୬ ଅନୁଯାୟୀ ଡିପିଇପି ମାଧ୍ୟମରେ ଶିକ୍ଷା ସହାୟକ ନିଯୁକ୍ତିରେ ଅନିୟମିତତା ଥିବା ଦେଖା ଯାଇଛିା ସରକାରଙ୍କ ଅଣସଂରକ୍ଷିତରେ କେବଳ ତାଲିମପ୍ରାପ୍ତ ବି‌ଇଡି କିମ୍ବା ସିଟି ତାଲିମପ୍ରାପ୍ତଙ୍କୁ ନିଯୁକ୍ତି ଦେବାର ଆଦେଶ ଥିଲା ବେଳେ ମାଲକାନଗିରି ଜିଲ୍ଲାରେ ଅଣସଂରକ୍ଷିତ ସ୍ଥାନରେ ୧୨୧ ଜଣ ଅଣତାଲିମପ୍ରାପ୍ତ ଅନୁସୁଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରା ଯାଇଥିଲ।। ଅଣତାଲିମପ୍ରାପ୍ତ ପ୍ରାର୍ଥୀଙ୍କୁ ଅନିୟମିତତା ଭାବେ ଅଣସଂରକ୍ଷିତରେ ନିଯୁକ୍ତି କରା ଯାଇଥିବା ବେଳେ ଅଧିକ ନମ୍ବର ଆଣିଥିବା ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥିଙ୍କୁ କିଭଳି ଏହି ବିଭାଗରେ ନିଯୁକ୍ତି ପାଇଥିବା ବେଳେ କମ୍ ନମ୍ବର ରଖିଥିବା ଅଣତାଲିମ ପ୍ରାପ୍ତ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥିଙ୍କୁ କିପରି ଅଣସଂରକ୍ଷିତ ସ୍ଥାନରେ ନିଯୁକ୍ତି ଦିଆଗଲା ତାହା ଏବେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛିା ସେହିପରି ଗ୍ରେଡେସନ ମଧ୍ୟ ଅଣସଂରକ୍ଷିତରେ ପ୍ରଦାନ କରା ଯାଇଛିା ୨୦୦୬ ରୁ ୨୦୧୧ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ମଧ୍ୟରୁ ବହୁ ଶିକ୍ଷକ ଅଣସଂରକ୍ଷିତ ହୋଇଥିବା ସତ୍ୱେ ପଦୋନ୍ନତି ପାଇନାହାନ୍ତିା କିନ୍ତୁ ଅଣତାଲିମପ୍ରାପ୍ତ ଅନୁସୂଚିତ ଜାତି ଓ ଜନଜାତି ପଦୋନ୍ନତି କିପରି ପାଇଲେ ତାହାକୁ ନେଇ ଶିକ୍ଷକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛିା ଏ ସମ୍ବନ୍ଧରେ ଜିଲ୍ଲା ଶିକ୍ଷାଧିକାରୀ ତଥା ସର୍ୱଶିକ୍ଷା ଅଭିଯାନ ଜିଲ୍ଲା ସଂଯୋଜକ ମାନସକୁମାର ଜେନା ପ୍ରକାଶ କରିଛନ୍ତି ଯେ, ତତ୍କାଳୀନ ଜିଲ୍ଲା ପ୍ରକଳ୍ପ କୋଡିନେଟର ଏପରି କାର୍ଯ୍ୟ କରିଥାଇ ପାରନ୍ତିା ତେଣୁ ଶ୍ରୀ ଜେନାଙ୍କ ସମୟରେ ଏପରି କିଛି ହୋଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.