ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା: ଦୀର୍ଘ ୧୧ ଦିନ ଧରି ଚାଲିବ କଂସ ମହାରାଜଙ୍କ ଶାସନ…

ବରଗଡ଼ : ଆଜିଠୁ ବରଗଡ଼ରେ ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଦୁଲୁକିବ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ । ଏହାପୂର୍ବରୁ ବାହାରିଛି ସାଂସ୍କୃତିକ ଶୋଭାଯାତ୍ରା । ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ପାରଂପରିକ ବାଦ୍ୟ ବଜାଇଥିଲେ । ଆଉ ଝୁମିିଥିଲେ । ସାଂସ୍କୃତିକ ଶୋଭାଯାତ୍ରାରେ ମଧ୍ୟ ସାମିଲ ହୋଇଛନ୍ତି ବରଗଡ଼ ଜିଲ୍ଲାପାଳ ଓ ଏସ୍‌ପି । ଧନୁଯାତ୍ରା ପାଇଁ ବରଗଡ଼ ସହର ମଥୁରା ଓ ଅମ୍ବାପାଲି ପାଲଟିଛି ଗୋପୁପୁର । ଏଥିସହ ଜୀରା ନଦୀ ହୋଇଛି ଯମୁନା ।

ଆଜି ସଂଧ୍ୟା ୭ଟାରେ ଆନୁଷ୍ଠାନିକ ଭାବେ ମହାରାଜ କଂସଙ୍କ ଦରବାରର ଶୁଭାରମ୍ଭ ହେବ । ଦୀର୍ଘ ୧୧ ଦିନ ଧରି ଚାଲିବ କଂସ ମହାରାଜଙ୍କ ଶାସନ । ଦୀର୍ଘ ଦୁଇବର୍ଷ ପରେ ବିନା କରୋନା କଟକଣାରେ ଧନୁଯାତ୍ରା ହେଉଥିବାରୁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। ଲକ୍ଷାଧିକ ଦର୍ଶକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏବର୍ଷ ଧନୁଯାତ୍ରା ମହୋତ୍ସବକୁ ହୀରକ ଜୟନ୍ତୀ ଭାବେ ପାଳନ କରାଯାଉଛି। ସହରର ବିଭିନ୍ନ ସ୍ଥାନରେ ମେଳା ଲାଗିବା ସହ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ ପ୍ରସ୍ତୁତି କରାଯାଇଛି।

nis-ad
Leave A Reply

Your email address will not be published.