ରାହୁଲଙ୍କ ଯାତ୍ରାରେ ସାମିଲ ହେବେନି ଅଖିଲେଶ ଓ ମାୟାବତୀ

ନୂଆଦିଲ୍ଲୀ: ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା। ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏହି ଯାତ୍ରା ଜାରି ରହିଛି। ଦିଲ୍ଲୀ ପରେ ଏବେ ଉତ୍ତରପ୍ରଦେଶରେ ଏଣ୍ଟ୍ରି କରିବାକୁ ଯାଉଛି ଏହି ଯାତ୍ରା। ଏଥିରେ ଅନେକ ବଡ ବଡ ନେତା ସାମିଲ ହେବେ ବୋଲି କୁହାଯାଉଥିଲା। ଉତ୍ତରପ୍ରଦେଶର ପୂର୍ବତନ ତଥା ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବ ଓ ବିଏସ୍‌ପି ସୁପ୍ରିମୋ ମାୟାବତୀ ରାହୁଲଙ୍କ ସହ ଯୋଗ ଦେବେ ବୋଲି ଶୁଣିବାକୁ ମିଳିଥିଲା। କିନ୍ତୁ ଏବେ ସେମାନେ ଏହି ଯାତ୍ରାରେ ଆଉ ସାମିଲ ହେବେ ନାହିଁ।

କଂଗ୍ରେସର ଏହି ଭାରତ ଯୋଡୋ ଯାତ୍ରା ଆସନ୍ତା ଜାନୁଆରୀ ୩ ତାରିଖରେ ଉତ୍ତରପ୍ରଦେଶରେ ପ୍ରବେଶ କରିବ। ଏହି ଯାତ୍ରାରେ ସାମିଲ ହେବା ପାଇଁ ଅନେକ ବଡ ବଡ ନେତାଙ୍କୁ ଆମନ୍ତ୍ରିତ କରାଯାଇଥିଲା। ୟୁପିର ସମସ୍ତ ବିରୋଧୀ ଦଳ ନେତାଙ୍କୁ ପ୍ରଦେଶ କଂଗ୍ରେସ କମିଟି ତରଫରୁ ନିମନ୍ତ୍ରିତ କରାଯାଇଥିବା ନେଇ କଂଗ୍ରେସ ମୁଖପାତ୍ର କୃଷ୍ଟକାନ୍ତ ପାଣ୍ଡେ କହିଥିଲେ।

ତେବେ କଂଗ୍ରେସର ଏହି ଆମନ୍ତ୍ରଣକୁ ସ୍ୱୀକାର କରି ନାହାନ୍ତି କିଛି ବିରୋଧୀ। ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ, ବିଏସ୍‌ପି ସୁପ୍ରିମୋ ମାୟାବତୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନାହିଁ ବୋଲି ଏକ ସୂତ୍ରରୁ ପ୍ରକାଶ ପାଇଛି। ହେଲେ ବିଧିବଦ୍ଧ ଭାବେ ଦଳ ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ। ଅନ୍ୟପଟେ, ଆର୍‌ଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ଏହି ଯାତ୍ରାରେ ସାମିଲ ହେବାକୁ ମନା କରିଦେଇଛନ୍ତି।

ଭାରତ ଯୋଡୋ ଯାତ୍ରା ଜାନୁୟାରୀ ୩ରେ ଗାଜିଆବାଦର ଲୋନି ଦେଇ ଉତ୍ତରପ୍ରଦେଶରେ ପ୍ରବେଶ କରିବ। ଏହାପରେ ବାଗପାଟ ଏବଂ ଶାମଲି ଦେଇ ହରିୟାଣାରେ ଯିବାର କାର୍ଯ୍ୟକ୍ରମ ରହିଛି।

nis-ad
Leave A Reply

Your email address will not be published.