୧୫ ଦିନ ପାଇଁ ପରିଦର୍ଶକଙ୍କୁ ଭେଟି ପାରିବେ ନାହିଁ ସତ୍ୟେନ୍ଦ୍ର…

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲ୍‌ରେ ରହିଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଝଟକା। ଜେଲରେ ଥିବା ସତ୍ୟେନ୍ଦ୍ର ଆସନ୍ତା ୧୫ ଦିନ ପାଇଁ ପରିଦର୍ଶକଙ୍କୁ ଭେଟି ପାରିବେ ନାହିଁ। ସେହିପରି ତାଙ୍କ କୋଠରୀରୁ ଟେବୁଲ ଏବଂ ଚେୟାର ସୁବିଧା ହଟାଇ ଦିଆଯାଇଛି। ସିସିଟିଭି ଭିଡିଓ ଲିକ ହେବା ପରେ ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ଦ୍ୱାରା ଗଠିତ ଏକ କମିଟିର ସୁପାରିଶ ଉପରେ ଏହି ପଦକ୍ଷେପ ନିଆଯାଇଛି। କମିଟି ଏହା ମଧ୍ୟ କହିଛି ଯେ ଜେଲର ତତ୍କାଳୀନ ମୁଖ୍ୟ ସନ୍ଦୀପ ଗୋଏଲ ସତ୍ୟେନ୍ଦ୍ର ଜୈନଙ୍କ ସହ ମିଶିଥିବା ଜଣାପଡିଛି।

ମନ୍ତ୍ରୀଙ୍କୁ ଭିଆଇପି ଚିକିତ୍ସା ଦେଇଥିବାରୁ ଗୋଏଲଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୁପାରିଶ କରାଯାଇଛି। ଭିଡିଓ ଲିକ ହେବା ପରେ ଆମ ଆଦମୀ ପାର୍ଟି ନେତା ଜୈନଙ୍କୁ ଟାର୍ଗେଟ କରାଯାଇଥିଲା। ସତ୍ୟେନ୍ଦ୍ର ଜୈନଙ୍କର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା। ତିହାର ଜେଲରେ ସମସ୍ତ ସୁଖ ସୁବିଧା ସହ ମସାଜର ମଜା ନେଉଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଆପ ନିଜ ମନ୍ତ୍ରୀଙ୍କୁ ବଂଚାଇବା ପାଇଁ ସତ୍ୟେନ୍ଦ୍ର ଅସୁସ୍ଥ ଅଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଫିଜିଓଥେରାପୀ ଜରୁରୀ ଥିଲା କହିଥିଲେ । ହେଲେ ପରେ ଜଣାପଡ଼ିଥିଲା ଫିଜିଓ ଥେରାପିଷ୍ଟ କରୁଥିବା ବ୍ୟକ୍ତ ଜଣେ କଏଦୀ ।

ତାପୂର୍ବରୁ ଜେଲରେ ସତ୍ୟେନ୍ଦ୍ର କେତେ ଜଣ ଅତିଥିଙ୍କ ସତ୍କାର କରିବା ସହ ଆଲୋଚନା କରୁଛନ୍ତି । ଜୈନଙ୍କ ସହ ୩ ଜଣ କଏଦୀ ମଧ୍ୟ ଅଛନ୍ତି । ତା ପୂର୍ବରୁ ସତ୍ୟେନ୍ଦ୍ର ଜେଲରେ ଭିଆଇପି ଟ୍ରିଟ ଦେବା ଅଭିଯୋଗ ମଧ୍ୟ ହୋଇଥିଲା।ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲ୍‌ରେ ରହିଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଝଟକା। ଜେଲରେ ଥିବା ସତ୍ୟେନ୍ଦ୍ର ଆସନ୍ତା ୧୫ ଦିନ ପାଇଁ ପରିଦର୍ଶକଙ୍କୁ ଭେଟି ପାରିବେ ନାହିଁ। ସେହିପରି ତାଙ୍କ କୋଠରୀରୁ ଟେବୁଲ ଏବଂ ଚେୟାର ସୁବିଧା ହଟାଇ ଦିଆଯାଇଛି। ସିସିଟିଭି ଭିଡିଓ ଲିକ ହେବା ପରେ ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ଦ୍ୱାରା ଗଠିତ ଏକ କମିଟିର ସୁପାରିଶ ଉପରେ ଏହି ପଦକ୍ଷେପ ନିଆଯାଇଛି। କମିଟି ଏହା ମଧ୍ୟ କହିଛି ଯେ ଜେଲର ତତ୍କାଳୀନ ମୁଖ୍ୟ ସନ୍ଦୀପ ଗୋଏଲ ସତ୍ୟେନ୍ଦ୍ର ଜୈନଙ୍କ ସହ ମିଶିଥିବା ଜଣାପଡିଛି।
ମନ୍ତ୍ରୀଙ୍କୁ ଭିଆଇପି ଚିକିତ୍ସା ଦେଇଥିବାରୁ ଗୋଏଲଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୁପାରିଶ କରାଯାଇଛି। ଭିଡିଓ ଲିକ ହେବା ପରେ ଆମ ଆଦମୀ ପାର୍ଟି ନେତା ଜୈନଙ୍କୁ ଟାର୍ଗେଟ କରାଯାଇଥିଲା। ସତ୍ୟେନ୍ଦ୍ର ଜୈନଙ୍କର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା। ତିହାର ଜେଲରେ ସମସ୍ତ ସୁଖ ସୁବିଧା ସହ ମସାଜର ମଜା ନେଉଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଆପ ନିଜ ମନ୍ତ୍ରୀଙ୍କୁ ବଂଚାଇବା ପାଇଁ ସତ୍ୟେନ୍ଦ୍ର ଅସୁସ୍ଥ ଅଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଫିଜିଓଥେରାପୀ ଜରୁରୀ ଥିଲା କହିଥିଲେ । ହେଲେ ପରେ ଜଣାପଡ଼ିଥିଲା ଫିଜିଓ ଥେରାପିଷ୍ଟ କରୁଥିବା ବ୍ୟକ୍ତ ଜଣେ କଏଦୀ ।

ତାପୂର୍ବରୁ ଜେଲରେ ସତ୍ୟେନ୍ଦ୍ର କେତେ ଜଣ ଅତିଥିଙ୍କ ସତ୍କାର କରିବା ସହ ଆଲୋଚନା କରୁଛନ୍ତି । ଜୈନଙ୍କ ସହ ୩ ଜଣ କଏଦୀ ମଧ୍ୟ ଅଛନ୍ତି । ତା ପୂର୍ବରୁ ସତ୍ୟେନ୍ଦ୍ର ଜେଲରେ ଭିଆଇପି ଟ୍ରିଟ ଦେବା ଅଭିଯୋଗ ମଧ୍ୟ ହୋଇଥିଲା।

nis-ad
Leave A Reply

Your email address will not be published.