୪୭୯୦ କନେଷ୍ଟବଳ ପଦବି ପୂରଣ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପୁଲିସ ବିଭାଗରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର ଆସିଛି। ଖୁବ୍‌ ଶୀଘ୍ର ପୁଲିସ ବିଭାଗରେ ନୂଆଁ ଭର୍ତ୍ତି ହେବାକୁ ଯାଉଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶା ପୁଲିସରେ ୪୭୯୦ଟି କନେଷ୍ଟବଳ ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଏହି ପଦବିଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଖାଲିଥିବା ଥିବା ଏ ସମସ୍ତ ପଦବି ପୂରଣ ପାଇଁ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ କରାଯିବ।

ରାଜ୍ୟର ୩୪ଟି ପୁଲିସ ଜିଲ୍ଲା ତଥା କମିସନରେଟ୍‌ ପୁଲିସରେ ସେମାନଙ୍କୁ ନିଯୁକ୍ତି ଦିଆଯିବ। ଏହାଦ୍ବାରା ବିଭିନ୍ନ ଜିଲ୍ଲା ତଥା ଥାନାମାନଙ୍କରେ ଖାଲି ଥିବା କନେଷ୍ଟବଳ ପଦବି ପୂରଣ ହୋଇପାରିବ ଏବଂ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ପୁଲିସର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇବ। ସରକାରୀ ସ୍ତରରେ ଏତେସଂଖ୍ୟକ ନିଯୁକ୍ତି ପିଲାମାନଙ୍କ ପାଇଁ ସୁଯୋଗ ସ୍ରୁଷ୍ଟି କରିବ ବୋଲି ଆଶା କରାଯାଏ।

nis-ad
Leave A Reply

Your email address will not be published.