ଶିଶୁ ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ

ବୁଗୁଡ଼ା : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ପ୍ରଧାନାଚାର୍ଯ୍ଯ ରବିନ୍ଦ୍ର କୁମାର ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଣିତରା କଲେଜର ଗଣିତ ଅଧ୍ଯାପକ ପ୍ରିୟବ୍ରତ ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ପଦାର୍ଥ ବିଜ୍ଞାନ ଅଧ୍ଯାପକ ମନୋରଞ୍ଜନ ମୁଦୁଲି ଯୋଗଦାନ କରି ଜାତୀୟ ଗଣିତ ଦିବସ ପାଳନର ତାତ୍ପର୍ଯ୍ୟ ସାଙ୍ଗକୁ ମହାନ୍ ଗଣିତଜ୍ଞ ଶ୍ରୀନିବାସ ଆୟଙ୍ଗର ରାମାନୁଜନଙ୍କ ଉଲ୍ଲେଖନୀୟ ଅବଦାନ ସମ୍ପର୍କେ ଆଲୋକପାତ କରିଥିଲେ । ଏ ଅବସରରେ ଆୟୋଜିତ ଗଣିତ ପ୍ରଦର୍ଶନୀରେ ୯୮ ଜଣ ଓ ପ୍ରଶ୍ନମଞ୍ଚରେ ୧୮ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲା ବେଳେ ଶିଶୁ ମନ୍ଦିରର ଗଣିତ ପ୍ରମୁଖ ମମତା ବାରିକଙ୍କ ସମେତ ଗୁରୁମା ସନ୍ତୋଷିନୀ ସେଠୀ ଓ ସପ୍ନା ପାତ୍ର ପ୍ରମୁଖ ବିଚାରକଙ୍କ ଦ୍ବାରା ଶିଶୁ ବର୍ଗ, ବାଲ ବର୍ଗ ଓ କିଶୋର ବର୍ଗର ମୋଟ ୧୬ ଜଣ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଗୁରୁଜୀ ସଞ୍ଜୟ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.