ବନ୍ଧୁକ ଦେଖାଇ ATMର ସଟର କାଟି ଲକ୍ଷାଧିକ ଟଙ୍କା ଲୁଟ୍‌

ରାଇରଙ୍ଗପୁର: ବନ୍ଧୁକ ଦେଖାଇ ଲୁଟ୍‌ । ବିଳମ୍ବିତ ରାତିରେ ATMର ସଟର କାଟି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ରାଇରଙ୍ଗପୁର ବହଳଦା ଥାନା ମୋରଣ୍ଡା ଗାଁର SBI ATM ର ସଟର୍‌ କାଟି ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି । ପ୍ରାୟ ୪ଲକ୍ଷ ଟଙ୍କା ଲୁଟ୍‌ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡିଛି ।

ATM ଜଗିଥିବା ଜଗୁଆଳି ଏବଂ କମ୍ପ୍ଲେକ୍ସ ମାଲିକଙ୍କୁ ୪ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ମାଡ ମାରିବା ସହ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.