ନିଳକଣ୍ଠନଗର ଆନ୍ଧ୍ର ବ୍ୟାଙ୍କ ଋଣ ଘୋଟାଲାର ଲମ୍ବା ଫର୍ଦ୍ଦ : ପୂର୍ବତନ ମ୍ୟାନେଜର ଓ ମଧ୍ୟସ୍ଥିଙ୍କ ବିରୋଧରେ ଆଉ ଏକ ଅଭିଯୋଗ..

କିଶୋରଙ୍କ ଅଜାଣତରେ ଉଠାଇଥିଲେ ୫ ଲକ୍ଷ ଋଣ…


ବ୍ରହ୍ମପୁର: ନିକଣ୍ଠନଗର ସ୍ଥିତ ଆନ୍ଧ୍ର ବ୍ୟାଙ୍କ(ୟୁନିୟନ ବ୍ୟାଙ୍କ)ରେ ହୋଇଥିବା ୪ କୋଟି ଟଙ୍କାର ଋଣ ଘୋଟାଲାର ଫର୍ଦ୍ଦ ଦିନକୁ ଦିନ ଲମ୍ବିବାରେ ଲାଗିଛି ା ଘୋଟାଲା ସାମ୍ନାକୁ ଆସିବା ପର ଠାରୁ ସହର ଛାଡି ଫେରାର ହୋଇଯାଇଥିବା ଏହି ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଗୋପାଳଚନ୍ଦ୍ର ଜେନାଙ୍କ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି ା ପୂର୍ବତନ ମ୍ୟାନେଜର ଗୋପାଳଚନ୍ଦ୍ର ଓ ମଧ୍ୟସ୍ଥିତ ସୁଶାନ୍ତ କୁମାର ପଣ୍ଡା ପ୍ରେମନଗରର କିଶୋର ନାୟକଙ୍କ ଅଜାଣତରେ ତାଙ୍କ ନାଁରେ ୫ ଲକ୍ଷ ଟଙ୍କା ରଣ ଉଠାଇ ତାକୁ ଚଳୁ କରି ଦେଇଥିବା ବଡବଜାର ଥାନାରେ ଅଭିଯୋଗ ହୋଇଛି ା କିଶୋରଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଗୋପାଳଚନ୍ଦ୍ର ଓ ସୁଶାନ୍ତଙ୍କ ନାଁରେ ଆଉ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ା ସୂଚନାପ୍ରକାରେ, ପ୍ରେମନଗର ମେଇନ ରୋଡରେ ରହୁଥିବା କିଶୋର ନାୟକଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ୨୦୧୮ରେ ସେ ନିଜ ଘର ବନ୍ଧକ ରଖି ଋଣ ଆଣିବାକୁ ଯୋଜନା କରୁଥିଲେ ା ଏହି ସମୟରେ କିଶୋରଙ୍କ ସହ ପୂର୍ବରୁ ପରିଚିତ ଥିବା ପଞ୍ଚଦେଉଳ ସାହିର ସୁଶାନ୍ତ କୁମାର ପଣ୍ଡା କିଶୋରଙ୍କୁ ଭେଟି ଆନ୍ଧ୍ର ବ୍ୟାଙ୍କ ମ୍ୟାନେଜର ଚିହ୍ନା ପରିଚୟ ଥିବାରୁ ସହଜରେ ଋଣ କରାଇ ଦେବେ​‌େ​‌ ବୋଲି କହିଥିଲେ ା ସେହିକ୍ରମରେ ସୁଶାନ୍ତ କିଶୋରଙ୍କୁ ନେଇ ବ୍ୟାଙ୍କ ମ୍ୟାନେଜର ସହ ସାକ୍ଷତ କରାଇଥିଲେ ା ମ୍ୟାନେଜରଙ୍କ କହିବା ପ୍ରକାରେ କିଶୋର ବିଭିନ୍ନ କାଗଜପତ୍ରରେ ଦସ୍ତଖତ କରିଥିଲେ ା ଏହାପରେ ଆଜି ହିଁ ତୁମର ​‌ଋଣ ମଞ୍ଜୁର ହୋଇଯିବ ବୋଲି ବ୍ୟାଙ୍କ ମ୍ୟାନେଜର କହିବା ସହ କିଶୋରଙ୍କୁ ଏକ ଏଟିଏମ କାର୍ଡ ଦେଇଥିଲେ ା ଏହାପରେ କିଶୋର ନିଜ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ବାହାରକୁ ଚାଲି ଯାଇଥିଲେ ା ହେଲେ ୧୦ ଦିନ ପରେ କିଶୋରଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା ା ସେହି ମେସେଜରେ ତାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା କଟିଥିବା ଲେଖା ହୋଇଥିଲା ା ଚିକିତ୍ସା ସାରି କିଶୋର ଫେରିବା ପରେ ବ୍ୟାଙ୍କକୁ ଯାଇ ଟଙ୍କା ବିଷୟରେ ମ୍ୟାନେଜରଙ୍କୁ ପଚାରିଥିଲେ ା ତେବେ ମ୍ୟାନେଜର ଗୋପାଳଚନ୍ଦ୍ର ଜେନା କିଶୋରଙ୍କୁ ନାନା କଥା କହି ବୁଝାଇବା ସହ ସୁଶାନ୍ତଙ୍କ ଟଙ୍କା ଆବଶ୍ୟକ ଥିବାରୁ ସେ ୫ ଲକ୍ଷ ନେଇଛନ୍ତି ଓ ପରବର୍ତ୍ତୀ ସମୟରେ ଫେରାଇ ଦେବେ ବୋଲି କହିଥିଲେ ା କିଶୋର ବାରମ୍ବାର ଟଙ୍କା ମାଗିବାରୁ ସୁଶାନ୍ତ ୪ ଲକ୍ଷ ଟଙ୍କା ଫେରାଇଥିଲେ ା ହେଲେ ଆଜି ଯାଏଁ ବଳକା ଲକ୍ଷେ ଟଙ୍କା ଫେରାଉ ନାହାନ୍ତି ା ଏପଟେ ଘର ନିଲାମ ହୋଇଯିବା ଭୟରେ କିଶୋର ଧାରଉଧାର କରି ବ୍ୟାଙ୍କର ଋଣ ଶୁଝୁଥିବା ନିଜ ଅଭିଯୋଗରେ ଦର୍ଶାଇଛନ୍ତି ା

nis-ad
Leave A Reply

Your email address will not be published.