ଦୁଇ ରାଜ୍ୟରେ ସୀମା ବିବାଦକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ସଞ୍ଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।‘ଶିବସେନା’ର ମୁଖପତ୍ର ସାମ୍‌ନା’ରେ ଲେଖୁଥିବା ସାପ୍ତାହିକ ସ୍ତମ୍ଭ ‘ରୋକ୍‌ଠୋକ୍‌’ରେ ରାଉତ ଅଭିଯୋଗ କରିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍-ୟୁକ୍ରେନ୍‌ ଯୁଦ୍ଧରେ ମଧ୍ୟସ୍ଥତା କରୁଛନ୍ତି, କିନ୍ତୁ ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦକୁ ଉପକ୍ଷୋ କରୁଛନ୍ତି। ସେ କହିଛନ୍ତି ଯେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ରୁଷ-ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରୁଥିବାବେଳେ ଅନ୍ୟ ପଟେ ସେ ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦକୁ ନେଇ ଆଖି ବୁଜି ଦେଇଛନ୍ତି।
ଆହୁରି ମଧ୍ୟ କହିଛନ୍ତି ଯେ, ମହାରାଷ୍ଟ୍ର ଓ କର୍ଣ୍ଣାଟକର ସୀମା ବିବାଦ ଦୁଇ ରାଜ୍ୟବାସୀ ଓ ସରକାରଙ୍କ ମଧ୍ୟରେ ଲଢ଼େଇ ନ‌ୁହେଁ, ମାନବତାର ସଂଗ୍ରାମ ଅଟେ। ରାଉତ କହିଛନ୍ତି ଯେ ବେଲାଗାଭି ଏବଂ କର୍ଣ୍ଣାଟକର ଆଖପାଖ ଅଞ୍ଚଳରେ ମରାଠୀ ଭାଷାଭାଷୀ ଲୋକଙ୍କ ସଂଗ୍ରାମକୁ ଅଣଦେଖା କରାଯାଇପାରିବ ନାହିଁ। ସେ କହିଛନ୍ତି, ରାଜ୍ୟ ପୁନଃସଂରଚନା କରାଯିବା ବ‌େଳେ ବେଲଗାବି ଓ ଆଖପାଖ ଅଞ୍ଚଳର ମରାଠୀ-ଭାଷୀ ଜନତାଙ୍କୁ ସେମାନଙ୍କ ଅନିଚ୍ଛା ସତ୍ତ୍ବେ କର୍ଣ୍ଣାଟକରେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କ ସଂଗ୍ରାମକୁ ନିର୍ମମ ଭାବେ ଦମନ କରାଯାଇ ପାରିବ ନାହିଁ। ଯଦି କେନ୍ଦ୍ର ସରକାର ଓ ସୁପ୍ରିମ୍‌ କୋର୍ଟ ଏ ସମସ୍ୟାର ସମାଧାନ ନ କରିବେ, ତେବେ ବିଚାର କରିବ କିଏ?

ତଥାପି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି, ଯାହା ଏକ ଭଲ କଥା, କିନ୍ତୁ କେନ୍ଦ୍ର ସରକାର ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିବେ କି ନାହିଁ। ସୀମା ବିବାଦର ସମାଧାନ ପାଇଁ ସଂସଦ ସମାଧାନ କରିବାକୁ ରାଉତ ଦାବି କରିଛନ୍ତି। ୧୯୫୭ରେ ଭାଷା ଆଧାରରେ ରାଜ୍ୟଗୁଡ଼ିକର ପୁନଃସଂରଚନା କରାଯିବା ସମୟରୁ ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ ଲାଗି ରହିଛି। ତତ୍‌କାଳୀନ ବମ୍ବେ ପ୍ରେଜିଡେନ୍‌ସିର ଅଂଶବିଶେଷ ଥିବା କର୍ଣ୍ଣାଟକର ବେଲଗାବି ଜିଲ୍ଲାରେ ଉଲ୍ଲେଖଯୋଗ୍ୟ ସଂଖ୍ୟକ ମରାଠୀ-ଭାଷୀ ଥିବାରୁ ତା’ ଉପରେ ମହାରାଷ୍ଟ୍ର ଦାବି ଜାହିର କରୁଛି।

nis-ad
Leave A Reply

Your email address will not be published.