ରାଜଧାନୀର ରସୁଲଗଡ଼ ଛକରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ବର: ରାଜଧାନୀରେ ହଣାକଟା । ଜମିବାଡ଼ିକୁ କେନ୍ଦ୍ର କରି ହଣାକଟା । ଭୁବନେଶ୍ୱର ରସୁଲଗଡ଼ ଛକରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । କଟୁରୀରେ ହାଣିବା ଯୋଗୁ ବିମ୍ବାଧର ଜେନା ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ବିମ୍ବାଧରଙ୍କ ରସୁଲଗଡ଼ରେ ଗୋଟିଏ ହୋଟେଲ ରହିଛି । ଗୁରୁତର ଆହତଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ରସୁଲଗଡ଼ ଗାଁର ଦିପୁ ବଳିଆରସିଂ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

nis-ad
Leave A Reply

Your email address will not be published.