ଜାନୁଆରି ୨୪ରେ ‘ଜେଇଇ’; ମେ ୭ରେ ‘ନିଟ୍‌’

ନୂଆଦିଲ୍ଲୀ: ଶିକ୍ଷାବର୍ଷ ୨୦୨୩-୨୪ ପାଇଁ  ଜାନୁଆରି ୨୪ରେ ‘ଜେଇଇ’ ଏବଂ ମେ ୭ରେ ‘ନିଟ୍‌’ ପରୀକ୍ଷା କରାଯିବ ବୋଲି ଗୁରୁବାର ରାତିରେ ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ ଘୋଷଣା କରିଛି।

୨୦୨୩ ଜାନୁଆରି ୨୪, ୨୫, ୨୭, ୨୮, ୨୯, ୩୦ ଏବଂ ୩୧ ତାରିଖରେ ‘ଜେଇଇ ମେନ୍‌ ୨୦୨୩’ ପରୀକ୍ଷା କରାଯିବ। ସେହିପରି, ‘ଜେଇଇ ମେନ୍‌’ ସେସନ୍‌ ୨ର ପରୀକ୍ଷା ଏପ୍ରିଲ୍‌ ୬, ୭, ୮, ୯, ୧୦, ୧୧ ଏବଂ ୧୨ ତାରିଖରେ ଆରମ୍ଭ ହେବ।

‘ଏନ୍‌ଟିଏ ଜିଇଇ ମେନ୍‌ ୨୦୨୩ ପରୀକ୍ଷା’ ତାରିଖ ସହିତ jeemain.nta.nic.in ରେ ଇଂଜିନିୟରିଙ୍ଗ୍‌ ପ୍ରବେଶିକା ପରୀକ୍ଷା ନିମନ୍ତେ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି। ଏଥିରେ ପ୍ରାର୍ଥୀମାନେ ଜାନୁଆରି ୧୨ ତାରିଖ ପର୍ଯ୍ୟନ୍ତ ‘ଜେଇଇ ମେନ୍‌’ ଆପ୍ଲିକେସନ୍‌ ଫିଲ୍‌ କରିପାରିବେ।

ସେହିପରି, ୨୦୨୩ ମେ ୭ ତାରିଖ ଦିନ ‘ନ୍ୟାସନାଲ୍‌‌ ଇଲିଜିବିଲିଟି କମ୍‌ ଏଣ୍ଟ୍ରାନ୍‌ସ୍‌ ଟେଷ୍ଟ୍‌ (ନିଟ୍‌ (ୟୁଜିଆଇ)-୨୦୨୩’ ଆରମ୍ଭ ହେବ ବୋଲି ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

nis-ad
Leave A Reply

Your email address will not be published.