ଏସିଡ ବିକ୍ରୟ ପାଇଁ ଫ୍ଲିପକାର୍ଟ ଏବଂ ଆମାଜନକୁ ନୋଟିସ ଜାରି କରି ଏଭଳି କଥା କହିଛନ୍ତି ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ଗୁରୁବାର ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ଏସିଡ ବିକ୍ରୟ ପାଇଁ ଫ୍ଲିପକାର୍ଟ ଏବଂ ଆମାଜନକୁ ନୋଟିସ ଜାରି କରିଛନ୍ତି ।

ଦିଲ୍ଲୀରେ ଜଣେ ଝିଅ ଉପରେ ଏସିଡ ଆକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ସ୍ବାତୀ ଏହି ନୋଟିସ ଜାରି କରିଛନ୍ତି। ଛାତ୍ରଙ୍କ ଉପରେ ଏସିଡ ପକାଇବା ଘଟଣାରେ ପୁଲିସ ଏଯାବତ ତିନିଜଣଙ୍କୁ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ଇ-କମର୍ସ ପୋର୍ଟାଲରୁ ଏସିଡ କିଣିଥିବା ଘଟଣା ସାମ୍ନାକୁ ଆସିଛି। ଏହି କାରଣରୁ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ଅନଲାଇନରେ ଏସିଡ ବିକ୍ରି ହେବା ଘଟଣା ଚିନ୍ତାର କାରଣ ବୋଲି କହିବା ସହିତ ଡିସେମ୍ବର ୨୦ ପର୍ଯ୍ୟନ୍ତ ଫ୍ଲିପକାର୍ଟ ଓ ଆମାଜନ ଦୁଇ କମ୍ପାନିଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି।

ଗତବୁଧବାର ପଶ୍ଚିମ ଦିଲ୍ଲୀର ମୋହନ ଗାର୍ଡେନ ଅଞ୍ଚଳରେ ସ୍କୁଲକୁ ଯାଉଥିବା ସମୟରେ ଛାତ୍ରୀଙ୍କୁ ଦୁଇଜଣ ବାଇକରେ ଆସି ଏସିଡ ମାଡ କରିଥିଲେ। ଏଥିରେ ଛାତ୍ରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସ୍ବାତୀ ମାଲିୱାଲ ଟ୍ୱିଟ୍ କରି କହିଛନ୍ତି, “୧୭ ବର୍ଷର ବାଳିକା ଉପରେ ପକାଯାଇଥିବା ଏସିଡ୍ ଫ୍ଲିପକାର୍ଟରୁ କିଣାଯାଇଥିଲା। ଆମାଜନରେ ମଧ୍ୟ ଏସିଡ୍ ବିକ୍ରି ହେଉଛି। ଭାବନ୍ତୁ ତ ଏସିଡ୍ କିଣିବା କେତେ ସହଜ ଅଟେ। ବଟନ୍ ଦବାନ୍ତୁ, ଘରେ ବସି ଏସିଡ୍ “ହୋମ ଡେଲିଭରି ପାଆନ୍ତୁ! ମୁଁ ଫ୍ଲିପକାର୍ଟ ଏବଂ ଆମାଜନକୁ ନୋଟିସ ଜାରି କରୁଛି।’

nis-ad
Leave A Reply

Your email address will not be published.