ଜାତିସଂଘରେ କଶ୍ମୀର ପ୍ରସଂଗ ଉଠାଇବା ପରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଳୀ: ଗତକାଲି ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଂଗ ଉଠାଇବା ପରେ ପାକିସ୍ତାନକୁ କଡ଼ା ଜବାବା ଦେଇଛି ଭାରତ। ଭାରତ ପାକିସ୍ତାନକୁ ତା’ର ଜବାବରେ କହିଛି ଯେଉଁଦେଶ ଅଲ୍‌-କାଏଦା ନେତା ଓସାମା ବିନ୍‌ ଲାଡେନ୍‌ ପରି ଆତଙ୍କବାଦୀ ସୃଷ୍ଟି କରାଇ ପଡ଼ୋଶୀ ଦେଶର ସଂସଦ ଉପରେ ଆକ୍ରମଣ କରାଉଛି ତା ନିକଟରେ ଜାତିସଂଘରେ ଉପଦେଶ ଦେବାର କୌଣସି ଯୋଗ୍ୟତା ନାହିଁ।

ଏହି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆହୁରି ବି କହିଛନ୍ତି ଯେ ଜାତିସଂଘର ବିଶ୍ବସନୀୟତା ଆମ ସମୟର ପ୍ରମୁଖ ଚ୍ୟାଲେଞ୍ଜ୍‌ ଗୁଡ଼ିକ ଉପରେ ନିର୍ଭର କରେ, ତାହା ମହାମାରୀ ହେଉ, ଜଳବାୟୁ ପରିବର୍ତ୍ତନ ହେଉ କିମ୍ବା ଆତଙ୍କବାଦ ବା ପାରସ୍ପରିକ ବିବାଦ ନିର୍ଭର କରେ। ଜାତିସଂଘ ସୁରକ୍ଷା ପରିଷଦରେ ‘ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ସୁରକ୍ଷା ତଥା ସଂସ୍କାରିତ ବହୁପକ୍ଷବାଦ ପାଇଁ ଏକ ନୂଆ କିରଣ’ ପ୍ରସଙ୍ଗ ଉପରେ ଆଲୋଚନାରେ ଅଧ୍ୟକ୍ଷତା କରି ଜୟଶଙ୍କର କହିଛନ୍ତି ଯେ ‘ଆମେ ସ୍ପଷ୍ଟ ରୂପେ ବହୁପକ୍ଷବାଦ କ୍ଷେତ୍ରରେ ସୁଧାର ଆଣିବା ଉପ‌ରେ ଧ୍ୟାନ କେନ୍ଦ୍ରିତ କରୁଛୁ। ଏଥିରେ ସ୍ବାଭାବିକ ଭାବେ ଆମର ନିଜର ଏକ ବିଚାର ଓ ଦୃଷ୍ଟିଭଙ୍ଗୀ ରହିବ । ଏ କ୍ଷେତ୍ରରେ ସମନ୍ବିତ ଉଦ୍ୟମ ବୃଦ୍ଧି ପାଉଛି। ଏଥିରେ ଆଉ ବିଳମ୍ବ କରାଯାଇ ପାରିବ ନାହିଁ।’

ସିଧାସଳଖ କେଉଁ ଦେଶର ନାମ ନନେଇ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନକୁ ପ୍ରତ୍ୟକ୍ଷ ଭାବେ ସେ ଆହୁରି ବି କହିଛନ୍ତି ଯେ ଦୁନିଆ ଯାହାକୁ ଗ୍ରହଣ କରୁନାହିଁ, ତାକୁ ଠିକ୍‌ ବୋଲି କହିବାର ପ୍ରଶ୍ନ ଉଠୁନି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ଲସ୍କର-ଏ-ତୋଏବା ଓ ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀମାନେ ଭାରତୀୟ ସଂସଦରେ ଆକ୍ରମଣ କରିଥିଲେ।

ତେବେ ପାକ୍ ବୈଦେଶିକ ମନ୍ତ୍ରୀ ବିଲାୱଲ୍ ଭୁଟ୍ଟୋ ସଂସ୍କାରିତ ବହୁପକ୍ଷବାଦ ଉପରେ ଆଲୋଚନା କରିବା ସମୟରେ କଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏହାର ଜବାବରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ପାକିସ୍ତାନର ନାମ ନ ନେଇ କଡା ବକ୍ତବ୍ୟ ରଖିଥିଲେ।

nis-ad
Leave A Reply

Your email address will not be published.