ପ୍ରଶାସନ ସହ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକା : ହିରାଧର ଡେମ ନିକଟ ଇଟାଭାଟିରେ ଗଦା ହୋଇଛି ବାଲିମାଫିଆଙ୍କ ଶତାଧିକ ଟ୍ରିପ୍ ବାଲି

ହିଞ୍ଜିଳିକାଟୁ (୧୪।୧୨) : ହିଞ୍ଜିଳିକାଟୁ ତହସିଲ୍ ଅନ୍ତର୍ଗତ ଚାନ୍ଦୁଲି ଗ୍ରାମ ନିକଟସ୍ଥ ହିରାଧର ଡେମ ନିକଟରେ ଥିବା ରିଷିକୁଲ୍ୟା ନଦୀର ବେଆଇନ୍ ବାଲିଘାଟ ନିଲାମ ହୋଇ ନଥିଲେ ମଧ୍ୟ ଏହି ବାଲିଘାଟରୁ ବାଲିମାଫିଆ ମାନଙ୍କ ଦ୍ୱାରା ଦୀର୍ଘ ବର୍ଷ ହେବ ଦୈନିକ ଶତାଧିକ ଟ୍ରିପ୍ ବାଲି ଚୋରାଚାଲାଣ ହେଉଥିବା ନେଇ ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସୂଚନାନୁଯାୟୀ ବିଗତ ଦିନରେ ଏହି ବେଆଇନ ଚୋରା ବାଲିଘାଟରୁ ଉଠା ହୋଇଥିବା ଶତାଧିକ ଟ୍ରିପ୍ ଚୋରା ବାଲିକୁ ବାଲିମାଫିଆ ମାନେ ଏବେ ନୁଆ ତରିକା ଆପଣାଇଛନ୍ତି। ଈଟା ଭାଟିରେ ବାଲି ଗଦା ଗଦାକରି ଧିରେ ଧିରେ ବିକ୍ରିକରି ଚାଲିଛନ୍ତି। ଏମିତିକି ଏହି ବେଆଇନ୍ ବାଲି ଇଟାଭାଟି ରେ ଶତାଧିକ ଟ୍ରିପ୍ ବାଲି ଗଦା କରିଥିବା ବାଲିମାଫିଆ ମାନେ କୁଆଡେ ସ୍ଥାନୀୟ ଆର୍.ଆଇଙ୍କ ଠାରୁ ପାଉତି କାଟିକରି ରଖିଛନ୍ତି ବୋଲି କହି ବୁଲୁଥିବା ଶୁଣିବାକୁ ମିଳୁଛି। ଯଦି ଏକଥା ସତ ହୋଇଥାଏ ତେବେ ଏଠି ପ୍ରଶ୍ନ ଉଠୁଛି ବିନା ଲିଜ୍ ରେ ଏହି ବାଲିଘାଟରୁ ବର୍ଷ ବର୍ଷ ଧରି ଦୈନିକ ଶତାଧିକ ଟ୍ରିପ୍ ବାଲି ଉଠୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଥିବା ବେଳେ ଏହି ବେଆଇନ୍ ଚୋରାବାଲି ଗଦା କରିଥିବା ବାଲିମାଫିଆ ମାନଙ୍କୁ କିପରି ଭାବେ ପାଉତି ଦିଆଯାଇ ପାରୁଛି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ହିଞ୍ଜିଳିକାଟୁ ତହସିଲ୍ ଓ ସ୍ଥାନୀୟ ଆର୍. ଆଇଙ୍କୁ ମାସିକ ମୋଟା ଅଙ୍କର ହପ୍ତା ଦେଇ ଏହି ବାଲିମାଫିଆ ମାନେ ସରକାରଙ୍କ ବିପୁଳ ରାଜସ୍ବ ଲୁଟି ଚାଲିଛନ୍ତି ବୋଲି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରଶାସନ ସହିତ ବାଲିମାଫିଆଙ୍କ ମଧୁଚନ୍ଦ୍ରିକା ଲୁଚିଛି ନା ଗୋଡ ଦୁଇଟା ଦିଶୁଛି ପରି କୁହାଯାଉଛି। ବିନା ଲିଜ୍ ରେ ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବର୍ଷ ବର୍ଷ ଧରି ଦୈନିକ ଶତାଧିକ ଟ୍ରିପ୍ ବାଲି ଚୋରାଚାଲାଣ ଯୋଗୁଁ ସରକାରଙ୍କ ବିପୁଳ ରାଜସ୍ବ ହାନି ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାଲେମାଲ ବାଲି ମାଫିଆ ! ହିଞ୍ଜିଳିକାଟୁ ରାତି ଅଧରେ ଯୁଆଡେ ଦେଖିବେ, ଯେତେ ଦୂର ଯାଏଁ ଦେଖିବେ କେବଳ ବାଲି ଲୋଡ୍‌ ହେଉଥିବ । ଆଉ ଟ୍ରକ୍‌ ଓ ଟ୍ରାକ୍ଚରରେ ବୋହି ନିଆଯାଉଥିବ । କିଏ ନେଉଛି, କେତେ ନେଉଛି ତାହାର ହିସାବ ନାହିଁ । ହେଲେ ଦିନ ଦ୍ୱିପ୍ରହରେ ଚୋରାଚାଲାଣ ହେଉଛି ବାଲି ଆଉ ମାଲେ ମାଲ ହେଉଛନ୍ତି ବାଲି ମାଫିଆ । ଖଣ୍ଡରା ନିକଟ ଘୋଡାହଡ ନଦୀ ରୁ ରାତି ଅଧରେ ଟ୍ରିପ ବାଲି ୨୫୦୦ ରୁ ୩୦୦୦ ପର୍ଯ୍ୟନ୍ତ ବିକା ତାଲିଛି। ସେହିପରି ଶିକିରି, ନନ୍ଦିକ, ଫୁଟିଆପଦର, ଚାନ୍ଦୁଲି ଆଦି ଅଂଚଳେରେ ଲକ୍ଷାଧିକ ଟଙ୍କାର ବାଲି ଲୁଟ୍‌ କରୁଛନ୍ତି ମାଫିଆ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ତେଜିବାରେ ଲାଗିଛି ଅସନ୍ତୋଷ ।
ବାଲି ମାଫିଆ ଙ୍କ ଗନ୍ତାଘର ହିଞ୍ଜିଳିକାଟୁ ତହସିଲ ପାଲଟିଥିବାସହ ରାତି ଅଧରେ ବାଲି ଲୁଟ କରି ବିଭିନ୍ନ ସ୍ଥାନରେ ଗଦାକରି ଦିନଦ୍ବିପହରରେ ଚଢା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ବାଲି ଲୁଟ ହେଉଥିବା କାରଣରୁ ବିପଦରେ ନଈ ପାଖ ଗାଁ ଲୋକ । । ତେଣୁ ମନଇଚ୍ଛା ବାଲି ବିକ୍ରି କରୁଛନ୍ତି ମାଫିଆ ।

ହିଞ୍ଜିଳିକାଟୁ ତହସିଲ ଅଧୀନରେ ବାଲି ମାଫିଆମାନେ ସରକାରୀ କାମ ବାହାନାରେ ବ୍ଳକ ପ୍ରସାଶନ ଆଢୁଆଳରେ ବେଆଇନ ବାଲି ଉଠାଇ ଗଦାକରି ବିକୁଛନ୍ତି ।ଖରିଡା ଗ୍ରାମ ନିକଟରେ କରେଈଶୁଣି ମନ୍ଦିର ନିକଟରୁ ବାଲି ଉଠାଇ ଗଛିତ ରଖି ବିକ୍ରି କରୁଥିବା ବେଳେ ଗଣ୍ଡଗୋଳ ହୋଇଥିବା ଭିଡିଓ ଭାଇରାଲ ମଧ୍ୟ ହୋଇଛି। ତେଣୁ ସମୟ ଥାଉ ଥାଉ ଏବେଠୁ ପ୍ରଶାସନ ବାଲି ଚୋରାଚାଲାଣ ଉପରେ ରୋକ ଲଗାଇବାକୁ ଜୋରଦାର ଦାବି ହେଉଛି । ଏ ନେଇ ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ଶିକିରି ରାଜସ୍ବ ନିରୀକ୍ଷକ ଗୈତମ ରାଊତଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏହି ଘଟଣା ଜାଣିନଥିବା କହିଥିଲେ। ପରେ ନଦୀ ସଙ୍କୁଚିତ କରି ନଦୀ ଭିତରେ ଇଟାଭାଟି ମଈଳା ଆବର୍ଜନା ପକାଇବା ସ୍ବୀକାର କରିଥିଲେ ଓ ନଦୀ କୂଳରେ ମାଟି ପକାଇ ଅକ୍ତିଆର କରିଥିବା ଵେପାରୀ ଙ୍କୁ ସୁଚିତ କରାଇ ମାଟି ଉଠାଇବା ନିମନ୍ତେ କହିଥିବା କହିଛନ୍ତି। ଵେଆଇନ ଭାବେ ଇଟାଭାଟି ରେ ଗଛିତ ଥିବା ନଦୀ ବାଲି ଗତବର୍ଷର ଓ ଗତବର୍ଷ ପାଉଚି କାଟିଥିବା ଚତୁରତାର ସହ କହିଛନ୍ତି। ଚଳିତ ବର୍ଷ ଵାଲିର ପରିମାଣ ଦେଖି ଖଜଣା ଆଦାୟ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା ଙ୍କ ସହ ଯୋଗାଯୋଗ କରିବାରୁ ଏନେଇ ସମସ୍ତ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ବାଲିମାଫିଆଙ୍କ ଉପରେ ନେଉଛି କାର୍ଯ୍ୟାନୁଷ୍ଠାନ । ଚାନ୍ଦୁଲି ନିକଟ ହିରାଧର ଡେମ ନିକଟ ଭାଟିରେ ଗଦା ହୋଇଥିବା ଉକ୍ତ ଶତାଧିକ ଟ୍ରିପ୍ ବେଆଇନ୍ ବାଲିକୁ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ଜବତ କରାଯିବା ସହ ବେଆଇନ ମୋରମ ଚୋରାଚାଲାଣ କରି ଵିଭିନ୍ନ ସ୍ଥାନରେ ଚାଷଜମିରେ ପକାଇ ପ୍ଳଟ କାଟୁଥିବା ବେପାରୀ ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

nis-ad
Leave A Reply

Your email address will not be published.