ବିବାହ ବିଚ୍ଛେଦ ଖବର ଉପରେ ପୂର୍ଣ୍ଣ‌‌ଚ୍ଛେଦ ପକାଇଲେ ସୋଏବ୍‌ ମଲ୍ଲିକ

ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍‌ ମଲ୍ଲିକଙ୍କ ବୈବାହିକ ଜୀବନ ଏବେ ଦୋ’ଛକିରେ ପହଞ୍ଚିଛି ବୋଲି ନିକଟରେ ଖବର ପ୍ରକାଶ ପାଇଥିଲା। ମାତ୍ର ଏ ଖବର ଉପରେ ରୋକ ଲଗାଇବାକୁ ଚେଷ୍ଟା କରିଛନ୍ତି ସୋଏବ୍‌। ଅନେକ ଦିନରୁ ଚାଲିଥିବା ଏହି ଗୁଜବ ଉପରେ ସୋଏବ ଗୋଟାଏ ଝଲକରେ ରୋକ ଲଗାଇଛନ୍ତି।

‌ସୋଏବ ତାଙ୍କ ଇନଷ୍ଟା ବାୟୋରେ ପରିବର୍ତ୍ତନ କରିଛନ୍ତି। ସେ ସେଠା‌ରେ ଲେଖିଛନ୍ତି, ‘ଆଥ୍‌ଲେଟ୍‌। ସୁପର୍‌ୱମ୍ୟାନ୍‌ ସାନିଆ ମିର୍ଜାଙ୍କ ସ୍ବାମୀ।’ ଯାହାକୁ ଦେଖିବା ପରେ ସୋଏବ ସାନିଆଙ୍କୁ ଛାଡ଼ପତ୍ର ଦେବା କଥା ସଂପୂର୍ଣ୍ଣ ଗୁଜବ ବୋଲି ପ୍ରମାଣିତ ‌ହୋଇଛି।

ସାନିଆ ଓ ସୋଏବ୍ ୨୦୧୦ ଏପ୍ରିଲ୍ ୧୨ ତାରିଖରେ ହାଇଦ୍ରାବାଦସ୍ଥିତ ତାଜ୍ କ୍ରିଷ୍ଣା ହୋଟେଲରେ ପାରମ୍ପରିକ ହାଇଦ୍ରାବାଦୀ ମୁସଲିମ୍ ରୀତିରେ ବିବାହ କରିଥିଲେ। ୨୦୧୮ରେ ପୁତ୍ର ସନ୍ତାନ ଇଝାନଙ୍କୁ ଜନ୍ମ ଦେଇଥିଲେ। ତେବେ ନିକଟରେ ହୋଇଥିବା ଏକ ଗୁଜବ ଅନୁଯାୟୀ ସାନିଆ ଓ ସୋଏବ୍ ଖୁବଶୀଘ୍ର ଅଲଗା ହେବାକୁ ଯାଉଛନ୍ତି। ତେବେ ସାନିଆ ଓ ସୋଏବ ଏଯାଏ ସେମାନଙ୍କ ବିଚ୍ଛେଦ ପ୍ରସଂଗରେ ମତ ରଖିନାହାନ୍ତି। ତେବେ ସାନିଆ ଓ ସୋଏବଙ୍କ ବିବାହ ବିଚ୍ଛେଦକୁ ନେଇ ଖବର ପ୍ରକାଶ ପାଇଥିବା ବେଳେ ସୋଏବଙ୍କ ଏହି ଇନ୍‌ଷ୍ଟା ବାୟୋ ଏବେ ସମସ୍ତଙ୍କୁ ଚୁପ୍‌ କରାଇ ଦେଇଛି।

ନିକଟରେ ସୋଏବ୍‌ ମଲ୍ଲିକ ଓ ସାନିଆ ମିର୍ଜା ଏକ ଟକ ସୋ’ ଦ ମିର୍ଜା-ମଲିକ ସୋ’କୁ ମିଶି କରି ହୋଷ୍ଟ୍‌ କରିବେ ବୋଲି ଖବର ଆସିଥିଲା। କୁହାଯାଉଥିଲା ଯେ ସ‌ାନିଆ-ସୋ‌ଏବଙ୍କ ବିବାହ ବିଚ୍ଛେଦ ଖବର ସେହି ସୋ’ର ପ୍ରମୋସନ ଥିଲା।

nis-ad
Leave A Reply

Your email address will not be published.