କର୍ଣ୍ଣାଟକରେ ପ୍ରଥମ ଜିକା ଭାଇରସ୍‌ ଚିହ୍ନଟ

ବେଙ୍ଗାଲୁର: କର୍ଣ୍ଣାଟକରେ ପ୍ରଥମ ଜିକା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟର ରାଇଚୁର୍‌ ଜିଲ୍ଲାରେ ଜଣେ ୫ ବର୍ଷୀୟା ଝିଅ ନିକଟରେ ଏହି ଭାଇରସ୍‌କୁ ଗତକାଲି (ସୋମବାର) ଚିହ୍ନଟ କରାଯାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କେ ସୁଧାକର ସୂଚନା ଦେଇଛନ୍ତି। ଦକ୍ଷିଣାଞ୍ଚଳରେ ଏହା ହେଉଛି ପ୍ରଥମ ଜିକା ଭାଇରସ୍‌ ମାମଲା।

ଲୋକମାନଙ୍କୁ ଭୟଭୀତ ନେହେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସରକାର ଏହି ଭ‌ାଇରସ୍‌ ବିରୋଧରେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରୁଛନ୍ତି ବୋଲି ସେ ଆଶ୍ବାସନା ଦେଇଛନ୍ତି।
ଏହା ପୂର୍ବରୁ ଡିସେମ୍ବର ୮ ତାରିଖରେ ପୁଣେରେ ଏକ ଜିକା ଭାଇରସ୍‌ ମାମଲା ଚିହ୍ନଟ ହୋଇଥିଲା। ୫ ତାରିଖରେ ପରୀକ୍ଷା ପାଇଁ ୩ଟି ନମୁନା ପଠାଯାଇଥିବା ବେଳେ ସେଥିରୁ ୨ଟି ନେଗେଟିଭ୍‌ ଆସିଥିଲା ଓ ଜଣଙ୍କ ଶରୀରରେ ଜିକା ଭାଇରସ୍‌ ଚିହ୍ନଟ ହୋଇଥିଲା।

ଏଡିସ୍ ଇଜିପ୍ଟି ମଶା କାମୁଡ଼ିବା ଦ୍ବାରା ଜିକା ସଂକ୍ରମଣ ହୁଏ, ଯେଉଁ ମଶା ଡେଙ୍ଗୁ ଓ ଚିକୁନ୍‌ଗୁନିଆ ସଂକ୍ରମଣ ପାଇଁ ମଧ୍ୟ ଦାୟୀ। ଜିକା ଭୂତାଣୁ ସଂକ୍ରମଣର ଲକ୍ଷଣ ମଧ୍ୟରେ ଅଛି ଜ୍ୱର, ଚର୍ମରେ ଦାଗ, ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା ଆଦି। ଡେଙ୍ଗୁ ଭଳି ଅନ୍ୟ ରୋଗରେ ବି ଅନୁରୂପ ଲକ୍ଷଣ ପ୍ରକାଶ ପାଇଥାଏ। ଲକ୍ଷଣଗୁଡ଼ିକ ସାଧାରଣତଃ ସାମାନ୍ୟ ଏବଂ ୨ରୁ ୭ ଦିନ ପର୍ଯ୍ୟନ୍ତ ରହିଥାଏ।

nis-ad
Leave A Reply

Your email address will not be published.