ନିର୍ଭୟା ପାଣ୍ଠିରେ ବିଧାୟକଙ୍କ ପାଇଁ କାର କିଣୁଛନ୍ତି ସିନ୍ଧେ ସରକାର !

ମୁମ୍ବାଇ: ନାରୀ ସୁରକ୍ଷା ପାଇଁ ଗଠିତ ହୋଇଥିବା ନିର୍ଭୟା ଫଣ୍ଡର ଅସଦବ୍ୟବହାର ଅଭିଯୋଗ ହୋଇଛି। ନିର୍ଭୟା ପାଣ୍ଠିକୁ ମହାରାଷ୍ଟ୍ରର ଏକନାଥ ସିନ୍ଧେ ସରକାର ନିଜ ବିଭାଗରେ ଖର୍ଚ୍ଚ କରୁଥିବା ଅଭିଯୋଗ ହୋଇଛି। ଏହି ନିର୍ଭୟା ପାଣ୍ଠିରେ ମହରାଷ୍ଟ୍ରର ବିଧାୟକ ଏବଂ ଏମପିଙ୍କ ସୁରକ୍ଷା ପାଇଁ ମୁମ୍ବାଇ ପୁଲିସ କାର୍ କିଣିଥିବା ଅଭିଯୋଗ ହୋଇଛି। ବିରୋଧୀଙ୍କ ପକ୍ଷରୁ ଏହି ଅଭିଯୋଗ ଆସିବା ପରେ ରାଜ୍ୟର ଜଣେ ମନ୍ତ୍ରୀ ଏହା ମିଛ ଅଭଯୋଗ କହିଛନ୍ତି ।

ସେ କହିଛନ୍ତି ଯେ, ଏଥିରେ କୌଣସି ଅଡ଼ିଟି ଆବଶ୍ୟକ ନାହିଁ। ପୂର୍ବରୁ କ୍ଷମତାରେ ଥିବା ମହାବିକାଶ ଅଘାଡ଼ି ଦଳ ପକ୍ଷରୁ ନିର୍ଭୟା ପାଣ୍ଠିର ଅପବ୍ୟବହାର ଅଭିଯୋଗ ଆସିଥିବା ବେଳେ ମହାରାଷ୍ଟ୍ରର ମନ୍ତ୍ରୀ ମଙ୍ଗଲ ପ୍ରଭାତ ଲୋଧା ଏହାକୁ ମିଥ୍ୟା ବୋଲି କହିଛନ୍ତି। ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ନିର୍ଭୟା ପାଣ୍ଠିରେ ମୁମ୍ବାଇ ପୁଲିସ ଗତ ଜୁନ୍‌ ମାସରେ ନିର୍ଭୟା ପାଣ୍ଠିରେ କିଣିଥିବା କାର ବିଧାୟକ ଏବଂ ଏମପିମାନଙ୍କ ୱାଇ ପ୍ଲସ ସିକ୍ୟୁରିଟି ପାଇଁ ବ୍ୟବହାର କରାଯାଉଛି। ମହିଳାଙ୍କ ସୁରକ୍ଷା ପାଇଁ ୨୦୧୩ରୁ କେନ୍ଦ୍ର ସରକାର ନିର୍ଭୟା ପାଣ୍ଠି ନାମରେ ରାଜ୍ୟ ସରକାରଙ୍କୁ ଅର୍ଥ ଦେଇ ଆସୁଛନ୍ତି। ତେବେ ରାଜ୍ୟ ସରକାର ଏହାକୁ ଅନ୍ୟ ବାଟରେ ଖର୍ଚ୍ଚ କରୁଥିବା ଅଭିଯୋଗ ହେବା ସହ ବିରୋଧୀ ଏହାର ଅଡ଼ିଟି ଦାବି କରିଛନ୍ତି। ମହାରାଷ୍ଟ୍ରର ମନ୍ତ୍ରୀ ମଙ୍ଗଲ ପ୍ରଭାତ ଲୋଧା କହିଛନ୍ତି ଯେ, ସେମାନେ ଯଦି ଅଡ଼ିଟି ଚାହୁଁଛନ୍ତି ଆମେ ମଧ୍ୟ ଅଡ଼ିଟି ଚାହୁଁଛୁ। ଆମେ କହିବାକୁ ଚାହୁଁଛୁ ଯେତେବେଳେ ମହା ବିକାଶ ଅଘାଡ଼ି ଦଳ କ୍ଷମତାରେ ଥିଲା ସେତେବେଳେ ନିର୍ଭୟା ପାଣ୍ଠିର କେମିତି ବ୍ୟବହାର କରାଯାଇଛି। ସେଥିରେ ମଧ୍ୟ ଅଡ଼ିଟି ହେଉ। ଜଣକ ବିରୋଧରେ ଅଭିଯୋଗ ଆଣିବା ଭାରି ସହଜ ବୋଲି ସେ କହିଛନ୍ତି । ନିର୍ଭୟା ପାଣ୍ଡିରେ ବିଧାୟକଙ୍କୁ ସୁରକ୍ଷା ଦେବା ମାନେ ମହିଳାଙ୍କୁ ଦିଆ ଯିବା ସମାନ କି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।

ପିଟିଆଇର ସୂଚନା ମୁତାବକ ଗତ ଜୁନ୍ ମାସରେ ନିର୍ଭୟା ପାଣ୍ଠିରେ କାର କିରାଯିବା ପରେ ଏଗୁଡ଼ିକୁ ବିଭିନ୍ନ ପୁଲିସ ଷ୍ଟେସନକୁ ବିତରଣ କରଯାଇଛି। ମୁମ୍ବାଇ ପୁଲିସ ୨୨୦ଟି ବୋଲେରୋ, ୩୫ଟି ଏରଟିଗାଜ୍‌, ୩୧୩ଟି ପଲସର ଏବଂ ୨୦୦ଟି ଆକ୍ଟିଭା କିଣିଛି। ଏଥିପାଇଁ ୩୦ କୋଟି ଟାଙ୍କାର ବ୍ୟୟ କରାଯାଇଛି। ୨୦୧୨ ମସିହାରେ ୨୩ ବର୍ଷୀୟ ନିର୍ଭୟା ଗ୍ୟାଙ୍ଗରେପ୍ ଏବଂ ହତ୍ୟାର ଶିକାର ହେବା ପରେ ଏହି ଘଟାଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଫଳରେ ନାରୀ ସୁରକ୍ଷା କ୍ଷେତ୍ରରେ ଆନର ବ୍ୟାପକ ପରିବର୍ତ୍ତନ କରାଯାଇଥିଲା। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ମହାରାଷ୍ଟ୍ର କଂଗ୍ରେସ ମୁଖପାତ୍ର ସଚିନ ଶାୱନ୍ତ ରାଜ୍ୟରେ ମହିଳାଙ୍କ ସୁରକ୍ଷା ଅପେକ୍ଷା ବିଧାୟକମାନଙ୍କ ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ କି ସେ ପ୍ରଶ୍ନ କରିଛନ୍ତି।

nis-ad
Leave A Reply

Your email address will not be published.