ବଜରଙ୍ଗ ଦଳ ତରଫରୁ ବିଶାଳ ଶୌର୍ଯ୍ୟ ଯାତ୍ରା

ବ୍ରହ୍ମପୁର : ରବିବାର ଦିନ ବିଶ୍ଵ ହିନ୍ଦୁ ପରିଷଦର ଯୁବ ସଙ୍ଗଠନ ବଜରଙ୍ଗ ଦଳ ତରଫରୁ ଏକ ବିଶାଳ ଶୌର୍ଯ୍ୟ ଯାତ୍ରା ନଗର ପରିକ୍ରମା କରିଅଛି। ଦୀର୍ଘ ୫୦୦ ବର୍ଷର କଳଙ୍କ ତଥା ବିଦେଶୀ ଆକ୍ରମଣକାରୀ ବାବରର ସ୍ମାରକକୁ ଧୂଳିସାତ୍ କରି ହିନ୍ଦୁ ସମାଜ ଶୌର୍ଯ୍ୟ ପ୍ରଦର୍ଶନ କରିଥିଲା। ଶ୍ରୀରାମ ଜନ୍ମଭୂମି ମନ୍ଦିର ପୁନରୁଦ୍ଧାର ନିମନ୍ତେ ଏହି ଘଟଣା ଥିଲା ଐତିହାସିକ। ୧୯୯୨ ମସିହା ଡିସେମ୍ବର ୬ ତାରିଖ ଦିନ ଉକ୍ତ ଘଟଣାକ୍ରମକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ସମଗ୍ର ଭାରତ ବର୍ଷରେ ୧୦ ଦିନ ଧରି ଶୌର୍ଯ୍ୟଯାତ୍ରା କାର୍ଯ୍ୟକ୍ରମ ସଙ୍ଗଠନ ତରଫରୁ ଆୟୋଜିତ ହେଉଅଛି। ମଠ ମନ୍ଦିରର ସୁରକ୍ଷା ତଥା ହିନ୍ଦୁ ସମାଜକୁ ଏକତ୍ର କରାଇବା ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ। ଏହି ଶୌର୍ଯ୍ୟଯାତ୍ରା ସ୍ଥାନୀୟ ରାମଲିଙ୍ଗେଶ୍ୱର ମନ୍ଦିରରୁ ବାହାରି ଉତ୍କଳ ସିନେମା ହଲ ଠାକୁରାଣୀ ମନ୍ଦିର ବଡ଼ବଜାର ଗିରିମାର୍କେଟ୍ ଦଳୁଆ ସାହି ପୁରୁଣା ବସ ଷ୍ଟାଣ୍ଡ ଅନ୍ନପୂର୍ଣ୍ଣା ମାର୍କେଟ ଗିରିଜା ଛକ ଦେଇ ନଗର ପରିକ୍ରମା କରି ପୁନଃ ମନ୍ଦିର ନିକଟରେ ସମାପ୍ତି ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ଵ ହିନ୍ଦୁ ପରିଷଦର ପ୍ରାନ୍ତ ସଂଗଠନ ସମ୍ପାଦକ ଶରତ ପ୍ରଧାନ, ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ତଥା ମଠ ମନ୍ଦିର ପ୍ରମୁଖ ରମାକାନ୍ତ ରଥ, ପ୍ରାନ୍ତ ସଂଯୋଜକ ଅମ୍ବିକା ଦାସ, ବିଭାଗ ସଭାପତି ଅରୁଣ ପ୍ରସାଦ ପାଢ଼ୀ, ପ୍ରାନ୍ତ ସୁରକ୍ଷା ପ୍ରମୁଖ ରାଜୀବ ନେତ୍ର ଖାଡଙ୍ଗା, ଜିଲ୍ଲା ସଭାପତି ଭବାନୀ ଶଙ୍କର ଦାସ, ଜିଲ୍ଲା ସମ୍ପାଦକ ଗୋପାଳ କୃଷ୍ଣ ସ୍ୱାଇଁ, ଜିଲ୍ଲା ସଂଯୋଜକ ବଳରାମ ମହାରଣା, ମହାନଗର ସମ୍ପାଦକ ନନ୍ଦ କୁମାର ସାହୁ, ଗୌତମ ମହାରଣା, ରାଜେଶ କୁମାର ପାତ୍ର, ଶ୍ରୀକାନ୍ତ ସାହୁ, ବଳରାମ ମହାନ୍ତି, କ୍ରୀଷ୍ଣା ରାଉ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.