ମନିଲଣ୍ଡରିଂ ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କଲେ ‘ଆପ୍‌’ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କ ଡିସେମ୍ବର ୧ ତାରିଖ ରାୟକୁ ଜେଲ୍‌ରେ ଥିବା ‘ଆପ୍‌’ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କରିଛନ୍ତି।

ସୂଚନାଯୋଗ୍ୟ, ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ସତ୍ୟେନ୍ଦ୍ର କରିଥିବା ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ଙ୍କ ଜବାବ ଚାହିଁଥିଲେ।

ସୋମବାର ଦିନ ସୁପ୍ରିମ୍‌ କୋର୍ଟ ତାଙ୍କ ଆବେଦନର ଶୁଣାଣି କରିବେ। ଏଥିପାଇଁ ବିଚାରପତି ଏମ୍‌.ଆର୍‌. ଶାହ ଏବଂ ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଖଣ୍ଡପୀଠ ଗଠନ କରାଯାଇଛି। ତାଙ୍କ ଜାମିନ ଆବେଦନର ତ୍ବରିତ ଶୁଣାଣି ପାଇଁ ଜୈନ୍‌ ସୁପ୍ରିମ୍‌ କ‌ୋର୍ଟଙ୍କ ନିର୍ଦେଶ ଆଶା କରିଛନ୍ତି।
ନିମ୍ନ ଅଦାଲତ ଜୈନ୍‌ଙ୍କ ଜାମିନ ଆବେଦନ ଖାରଜ କରିବାରୁ ସେ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ, ତାଙ୍କୁ ଜାମିନ ମିଳିବା ନ ମିଳିବା ସଂକ୍ରାନ୍ତରେ ମତ ଦେବା ପାଇଁ ଡିସେମ୍ବର ପହିଲାରେ ଦେଇଥିବା ରାୟରେ ଦିଲ୍ଲୀ ହାଇକୋର୍ଟ ପ୍ରବର୍ତ୍ତନ ନିର୍ଦେଶାଳୟକୁ ୩ ସପ୍ତାହ ସମୟ ଦେଇଛନ୍ତି।

ଜାମିନ ଆବେଦନରେ ସେ କହିଥିଲେ ଯେ, ପ୍ରବର୍ତ୍ତନ ନିର୍ଦେଶାଳୟର ‘ଇସିଆଇଆର୍’ ମାମଲାରେ ତାଙ୍କୁ ଜାମିନ ମଞ୍ଜୁର କରାଯିବାରେ କୌଣସି ଅସୁବିଧା ହେବନାହିଁ। କାରଣ ସେ ସାକ୍ଷୀଙ୍କୁ ପ୍ରଭାବିତ କରିବା, ପ୍ରମାଣ ପରିବର୍ତ୍ତନ କରିବା ଅଥବା ଫେରାର୍‌ ହୋଇଯିବା ପରିସ୍ଥିତିରେ ନାହାନ୍ତି।

୨୦୧୭ରେ ‘ପ୍ରିଭେନ୍‌ସନ୍‌ ଅଫ୍‌ କରପ୍‌ସନ୍‌ ଆକ୍ଟ’ରେ ୨୦୧୭ରେ ଜୈନ୍‌ଙ୍କ ନାଁରେ ‘ସିବିଆଇ’ ଦାଏର କରିଥିବା ମାମଲାକୁ ଆଧାର କରି ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ଗିରଫ କରିଥିଲା।

nis-ad
Leave A Reply

Your email address will not be published.