ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ

ଶିମଲା : ୪ଥରର ବିଧାୟକ ତଥା କଂଗ୍ରେସ ନେତା ସୁଖବିନ୍ଦର ସିଂ ସୁଖୁ ଆଜି ହିମାଚଳ ପ୍ରଦେଶରେ ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହି ଉତ୍ସବରେ ଦଳର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତ ଥିଲେ । ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାଡ଼ଗେ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍, ସଚିନ ପାଇଲଟ ଉପସ୍ଥିତ ଥିଲେ। ସେହିପରି କଂଗ୍ରେସ ବିଧାୟକ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦ ଶର୍ମା, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା, କଂଗ୍ରେସ ହିମାଚଳ ପ୍ରଦେଶରର ନେତା ରାଜୀବ ଶୁକ୍ଲା, ରାଜ୍ୟ କଂଗ୍ରେସ ମୁଖ୍ୟ ପ୍ରତିଭା ସିଂ ଏବଂ ବରିଷ୍ଠ ନେତା ଉପସ୍ଥିତ ଥିଲେ। କଂଗ୍ରେସ ଏହି ପାହାଡ଼ି ରାଜ୍ୟରେ ବିଜେପିଠାରୁ କ୍ଷମତା ଦଖଲ କରିଛି।
୬୮ ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୪୦ ଟି ଜିତି ବହୁମତ ହାସଲ କରିଛି। ଗତ ନଭେମ୍ବର ୧୨ରେ ମତଦାନ ହୋଇଥିଲା । ଗୁରୁବାର ଫଳ ଘୋଷଣା କରାଯାଇଥିଲା। ଶପଥ ଗ୍ରହଣ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଥିଲେ, ଆମେ ଆନନ୍ଦିତ। ରାହୁଲ୍‌ ଗାନ୍ଧୀ ଶିମ୍‌ଲାରେ ପହଞ୍ଚିବା ପରେ ରାଜ୍ୟ କଂଗ୍ରେସ ମୁଖ୍ୟ ପ୍ରତିଭା ବୀରଭଦ୍ର ସିଂହ ତାଙ୍କୁ କହିଥିଲେ, ହିମାଚଳ ପ୍ରଦେଶକୁ ଆମେ କଂଗ୍ରେସକୁ ଫେରାଇ ଆଣିବୁ ବୋଲି ପ୍ରତିଶ୍ରୁତି ଦେଇଥିଲୁ।

ଜବାବରେ ରାହୁଲ୍‌ ଗାନ୍ଧି କହିଥିଲେ, ଅଭିନନ୍ଦନ। ଶପଥ ଗ୍ରହଣ ଉତ୍ସବ ଆଗରୁ ଆଜି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ମନୋନୀତ ହୋଇଥିବା ସୁଖୱିନ୍ଦର ସିଂହ ସୁଖୁ ରାଜ୍ୟ କଂଗ୍ରେସ ମୁଖ୍ୟ ପ୍ରତିଭା ବୀରଭଦ୍ର ସିଂହଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ସେହିପରି ଅତି ସାଧାରଣସ୍ତରରୁ ଆସିଥିବା ରାଜନେତା ସୁଖୱିନ୍ଦର୍‌ ସିଂହ ସୁଖୁ ମଲ୍ଲିକାର୍ଜୁନ ଖଡ଼ଗେ ଓ ଗାନ୍ଧୀ ପରିବାର ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ।

nis-ad
Leave A Reply

Your email address will not be published.