ବାଲେଶ୍ୱର କୂଳଡିହା ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର କୂଳଡିହା ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ । ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ବିଟ ଅଧିନ ସିଆଡିମାଳ ନିକଟ କଦମଶୋଳ ଠାରେ ଏକ ବୃଦ୍ଧା ମାଇ ହାତୀର ମୃତଦେହ ଉଦ୍ଧାର କରିଛି କୁଳଡିହା ବନ ବିଭାଗ ।

ଗତକାଲି ରାତିରେ ହାତୀଟିର ମୃତ୍ୟୁ ହୋଇଥିବା କୁହାଯାଉଛି । ମାଇ ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ବୟସାଧିକ କାରଣରୁ ମୃତୁ ହୋଇଥିବା ଅନୁମାନ କରାଯାଉଛି ।

ଘଟଣାସ୍ଥଳରେ ନୀଳଗିରି କୁଳଡିହା ରେଞ୍ଜର, ପଞ୍ଚଲିଙ୍ଗେଶ୍ୱର ଫୋରେଷ୍ଟର, ପ୍ରାଣୀଧନ ବିଶେଷଜ୍ଞ ପହଁଚି ଥିବା ଜଣାପଡ଼ିଛି । ଏ ବର୍ଷ କୁଳଡିହା ଅଭୟାରଣ୍ୟରେ ୫ଟି ହାତୀର ମୃତ୍ୟୁ ହୋଇସାରିଲାଣି ।

nis-ad
Leave A Reply

Your email address will not be published.