ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ ବର୍ଷ ପଢ଼ିବେ ପିଲା

ନୂଆଦିଲ୍ଲୀ: ଆଗରୁ ୩ ବର୍ଷ ଥିଲା। ଏବେ ୪ ବର୍ଷ ହେବ। ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ ବର୍ଷ ପଢ଼ିବାକୁ ପଡ଼ିବ। ୪ ବର୍ଷ ପଢ଼ିବା ପରେ ମିଳିବ ସ୍ନାତକରେ ଅନର୍ସ ଡିଗ୍ରୀ। ଜାତୀୟ ଶିକ୍ଷା ନୀତି(ଏନଇପିରେ ରହିଛି ୪ ବର୍ଷିଆ ପାଠ୍ୟକ୍ରମ। ଛାତ୍ରଛାତ୍ରୀମାନେ ଇଚ୍ଛା ଅନୁସାରେ ୩ ବର୍ଷ କିମ୍ବା ୪ ବର୍ଷର ଡିଗ୍ରୀ ପାଠ୍ୟକ୍ରମ ପଢ଼ିବେ। ବର୍ଷକ ପାଠପଢ଼ା ଶେଷରେ ଗୋଟିଏ ପ୍ରମାଣପତ୍ର ମଧ୍ୟ ମିଳିବ। ୪ଟି ସେମିଷ୍ଟାର ଅର୍ଥାତ ୨ ବର୍ଷ ପରେ ଡିପ୍ଲୋମା ସାର୍ଟିଫିକେଟ ପ୍ରଦାନ କରାଯିବ। ୩ବର୍ଷ ତଥା ୬ଟି ସେମିଷ୍ଟାର ଶେଷରେ ସ୍ନାତକ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯିବ। ଅନର୍ସ କିମ୍ବା ରିସର୍ଚ୍ଚ ସହ ଡିଗ୍ରୀ ପାଇଁ ୪ ବର୍ଷ(୮ଟି ସେମିଷ୍ଟାର) ଜରୁରୀ।

ଏ ସଂକ୍ରାନ୍ତରେ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ଦିଆଯାଇଛି। ଆସନ୍ତା ସୋମବାର ପ୍ରକାଶ ପାଇପାରେ ବିଜ୍ଞପ୍ତି। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ସଂସ୍କାର ପାଇଁ ପ୍ରସ୍ତାବ ଦିଆଯାଇଛି। ଦୁଇବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷରେ ସ୍ନାତକ ସାର୍ଟିଫିକେଟ ଦିଆଯିବ। ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବାକୁ ପଡିବ । ଏନେଇ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ରଖାଯାଇଛି । ତେବେ ଏହି ପ୍ରସ୍ତାବକୁ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ପ୍ରଶାସନ ଓ ଶିକ୍ଷକମାନେ ବିରୋଧ କରିଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୯୮୦ରୁ ୩ବର୍ଷିଆ ଅନର୍ସ ଡିଗ୍ରୀ ପ୍ରଦାନ କରି ଆସୁଛନ୍ତି। କିନ୍ତୁ ୪ ବର୍ଷିଆ ପାଠ୍ୟକ୍ରମ ପାଇଁ ସେମାନଙ୍କ ପାଖରେ କିଛି ଯୋଜନା ନଥିବା ସେ କହିଛନ୍ତି।

nis-ad
Leave A Reply

Your email address will not be published.