ମୁଖ୍ୟମନ୍ତ୍ରୀ ରେସ୍‌ରୁ ରାଜ୍ୟ କଂଗ୍ରେସ ସଭାପତି ଆଉଟ୍‌

ଶିମଲା: ହିମାଚଳପ୍ରଦେଶରେ ବିଜେପିକୁ ପରାସ୍ତ କରି କ୍ଷମତାକୁ ଆସିଛି କଂଗ୍ରେସ। ତେବେ ଦଳରେ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏକ ନୂଆ ଟ୍ୱିଷ୍ଟ ଆସିଛି। କାରଣ ମୁଖ୍ୟମନ୍ତ୍ରୀ ଦଉଡ଼ରେ ସବୁଠୁ ଆଗରେ ଥିବା ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ଓହରି ଯାଇଥିବା ସୂଚନା ମିଳିଛି। ଗତକାଲି ହିମାଚଳ ପ୍ରଦେଶର ନବ ନିର୍ବାଚିତ କଂଗ୍ରେସ ବିଧାୟକଙ୍କୁ ନେଇ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। କିନ୍ତୁ ତାପୂର୍ବରୁ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂ ଦିଲ୍ଲୀକୁ ଲେଖିଥିବା ଏକ ଚିଠି ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେଥିରେ ପ୍ରତିଭା ଲେଖିଛନ୍ତି ରାଜ୍ୟରେ ନିର୍ବାଚନ ତାଙ୍କ ସ୍ୱାମୀଙ୍କ ନାମରେ ଦଳ ଲଢ଼ିଲା। କିନ୍ତୁ ତାଙ୍କ ପରିବାରକୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଗତ ବର୍ଷ ପ୍ରତିଭାଙ୍କ ସ୍ୱାମୀ ବୀରଭଦ୍ରଙ୍କର ପରଲୋକ ହୋଇଥିଲା।

ହିମାଚଳ ପ୍ରଦେଶରେ ଦଳ ପକ୍ଷରୁ ବିଜୟୀ ହୋଇଥିବା ୪୦ ଜଣ ବିଧାୟକଙ୍କର ସମର୍ଥନ ତାଙ୍କ ପ୍ରତି ନଥିବାରୁ ସେ ମୁଖ୍ୟମନ୍ତ୍ରୀ ରେସରୁ ଓହରୁଥିବା କହିଛନ୍ତି । ତେବେ ରାଜ୍ୟର ପୂର୍ବତନ ରାଜ୍ୟ ମୁଖ୍ୟ ସୁଖବିନ୍ଦର ସିଂ ସୁଖଙ୍କ ପ୍ରତି୨୫ ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏବେ ସେ ପ୍ରମୁଖ ଦାବିଦାର ଥିବା ଚର୍ଚ୍ଚା ହେଉଛି। ତାଙ୍କ ପଛକୁ ଅଛନ୍ତି଼ ଗତ ବିଧାନସଭାରେ କଂଗ୍ରେସ ବିଧାନସଭା ଦଳର ନେତା ମୁକେଶ ଅଗ୍ନିହୋତ୍ରୀ ।

ସେ ବି ମଧ୍ୟ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଅଶାବାଦୀ ଅଛନ୍ତି। ହାମିରପୁର ଜିଲ୍ଲାର ନାଡାଉନର ତୃତୀୟ ଥର ବିଧାୟକ ସୁଖବିନ୍ଦର ସିଂ ବୃତ୍ତିରେ ଜଣେ ଆଇନଜୀବବୀ ମଧ୍ୟ। କଂଗ୍ରେସର ଛାତ୍ର ଶାଖା ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ ଅଫ୍ ଇଣ୍ଡିଆ (NSUI)ର ସେ ଜଣେ ଦୃଢ଼ ଛାତ୍ର ନେତା ମଧ୍ୟ ଥିଲେ। ସେହିପରି ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ମୁକେଶ ଅଗ୍ନିହୋତ୍ରୀ ପଞ୍ଚମଥର ବିଧାୟକ ହେବାର ରେକର୍ଡ଼ ସ୍ଥାପନ କରିଛନ୍ତି। ଅନ୍ୟପଟେ ପ୍ରତିଭା ସିଂ ତାଙ୍କ ନିର୍ବାଚନମଣ୍ଡଳୀରୁ ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିନାହାଁନ୍ତି, କିନ୍ତୁ ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂ ନିର୍ବାଚନ ଲଢ଼ିଥିଲେ।

nis-ad
Leave A Reply

Your email address will not be published.