ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର ଲଗାଇଲା ଏନଆଇଏ, ମୁଣ୍ଡପିଛା ୧୦ ଲକ୍ଷ ପୁରସ୍କାର

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀଙ୍କ ଆତଙ୍କ ଯୋଗୁଁ ହନ୍ତସନ୍ତ ହେଉଥିବା କଶ୍ମୀର ଘାଟିକୁ ବର୍ତ୍ତମାନ ଚିରଦିନ ପାଇଁ ମୁକ୍ତି ମିଳିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ତଥା ଏନ୍‌ଆଇଏ ଫିଲ୍ମ ଷ୍ଟାଇଲ୍‌ରେ ଜମ୍ମୁ-କଶ୍ମୀରରୁ ଆତଙ୍କବାଦୀଙ୍କ ସର୍ଚ୍ଚ ଅପରେସନ୍‌କୁ ଜୋର୍‌ଦାର କରିଛି। କଶ୍ମୀରର ଅନେକ ସ୍ଥାନରେ ଏନ୍‌ଆଇଏ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର ଲଗାଇଛି। ଏହି ପୋଷ୍ଟର ମାଧ୍ୟମରେ ସୁରକ୍ଷା ଏଜେନ୍ସି ଟିଆର୍‌ଏଫ୍‌କୁ ୪ ଆତଙ୍କବାଦୀଙ୍କ ବିଷୟରେ ସୂଚନା ମାଗିବା ସହ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି।

ଲଶ୍କର-ଇ-ତାଇବାର ୪ ଆତଙ୍କାବାଦୀଙ୍କ ବିଷୟରେ ସୂଚନା ଲାଗି ପୋଷ୍ଟର ଜାରି କରିଛିଏନ୍‌ଆଇଏ। ପୁଲୱାମା ଏବଂ ଅନ୍ୟ ସହରରେ ଏହି ପୋଷ୍ଟର ଲଗାଯାଇଛି। ପ୍ରତ୍ୟେକ ଆତଙ୍କବାଦୀଙ୍କ ମୁଣ୍ଡପିଛା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ତେବେ ଏହି ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର ଲଶ୍କର ଆତଙ୍କବାଦୀ ସଂଗଠନ ଟିଆର୍‌ଏଫ୍‌ର ଆତଙ୍କବାଦୀ କାର୍ଯ୍ୟକଳାପରେ ୱାଣ୍ଟେଡ୍ ଅଛନ୍ତି।

ୱାଣ୍ଟେଡ୍ ୪ ଆତଙ୍କବାଦୀଙ୍କ ମଧ୍ୟରେ ୨ ପାକିସ୍ତାନ ନାଗରିକ ଏବଂ ୨ ସ୍ଥାନୀୟ ମାଓବାଦୀ ଅଛନ୍ତି। ସେମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଏନ୍‌ଆଇଏ କହିଛି। ଏହାଛଡ଼ା ସୂଚନାଦାତାଙ୍କ ବିଷୟ ତଥ୍ୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ। ଏନ୍‌ଆଇଏ ଏଥିଲାଗି ଏକ ଟେଲିଫୋନ୍ ନମ୍ବର ତଥା ହ୍ୱାଟସ୍‌ଆପ୍ ନମ୍ବର ଜାରି କରିଛି। ଏହି ନମ୍ବରରେ ଆତଙ୍କବାଦୀଙ୍କ ସମ୍ପର୍କୀତ ସୂଚନା ଶେଆର କରିବାକୁ ଏନ୍‌ଆଇଏ କହିଛି।

ଏନ୍‌ଆଇଏ ଯେଉଁ ୪ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରିଛି ସେମାନେ ହେଉଛନ୍ତି, ସଲିମ ରହମାନି ଓରଫ୍ ଅବୁ ସାଦ, ସୈଫୁଲ୍ଲା ସାଜିଦ ଜଟ୍ଟ ଓରଫ ସଜ୍ଜାଦ ଜଟ୍ଟ, ସଜ୍ଜାଦ ଗୁଲ ଓ ଆଉ ଜଣେ ସ୍ଥାନୀୟ ମାଓବାଦୀ। ସଜ୍ଜାଦ ଗୁଲ ହେଉଛି ଶ୍ରୀନଗରର ବାସିନ୍ଦା। ଗତ କିଛି ମାସ ହେବ ସେ ପାକିସ୍ତାନରେ ରହୁଛନ୍ତି। ସଜ୍ଜାଦ ଗୁଲ ପ୍ରତିବନ୍ଧକ ଆତଙ୍କୀ ବ୍ଲଗ ଦ କଶ୍ମୀର ଫାଇଟ୍‌ସର ସଂଚାଳକ ମଧ୍ୟ। ଶ୍ରୀନଗରରେ ଗତ ୪ ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ନାଗରିକଙ୍କ ହତ୍ୟାରେ ସଜ୍ଜାଦ ଗୁଲ ସାମିଲ ଥିବା କୁହାଯାଉଛି।

nis-ad
Leave A Reply

Your email address will not be published.