୪ ଦିନ ହେଲାଣି ୪୦୦ ଫୁଟ ଗଭୀର କୂଅରେ ଜୀବନ ସହ ଲଢ଼ୁଛି ତନ୍ମୟ

ଭୋପାଳ: ଚାରି ଦିନ ହେଲାଣି ଚାଲିଛି ଅପରେସନ ତନ୍ମୟ। ୪୦୦ ଫୁଟ ଗଭୀର ବୋରୱେଲରେ ଖସି ପଡ଼ିଥିବା ୮ ବର୍ଷ ବୟସର ପିଲା ତନ୍ମୟକୁ ଉଦ୍ଧାର ପାଇଁ ସବୁ ପ୍ରକାର କସରତ ଚାଲିଛି।  ଏହି ଅପରେସନରେ ସାମିଲ ଅଛନ୍ତି ଏନଡିଆରଏଫ ଓ ଏସଡିଆରଏଫ  ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭି ଗାଁରେ ଘଟିଛି ଏହି ଅଘଟଣ ।  ବୋରୱେଲରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି । ଘଟଣାସ୍ଥଳରେ ଭୋପାଳ ଓ ହୋସଙ୍ଗାବାଦରୁ ଯାଇଥିବା ଏସଡିପିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି ।  ତନ୍ମୟ ଖେଳୁଥିଲା ବେଳେ ବୋରୱେଲ ଭିତରେ ଅଚାନକ ଖସିପଡିଥିଲା।  ବୋରୱେଲ ସହ ସମାନ୍ତରାଳ ଭାବେ ଗାତ ଖୋଳାଚାଲିଛି।

ଏଥିରେ ସହାୟତା କରୁଛନ୍ତି ବିଭିନ୍ନ ବୈଷୟିକ ଟିମ୍  ଜିଲ୍ଲାପାଳ ନିଜେ ପ୍ରତ୍ୟକ୍ଷ ଭାବେ ଏହାର ତଦାରଖ କରୁଛନ୍ତି ।  ସୂଚନା ଅନୁସାରେ, ମାଟିରେ ଥିବା ଟାଣୁଆ ପଥର ଓ ପାଣି ବାହାରୁ ଥିବାରୁ ଉତ୍‌ଖନନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।ଘଟଣାସ୍ଥଳରେ ‘ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ’, ହୋମ୍‌ ଗାର୍ଡ ଓ ସ୍ଥାନୀୟ ପୁଲିସ ଉପସ୍ଥତ ଅଛନ୍ତି।

ତନ୍ମୟଙ୍କ ବାପା ସୁନୀଲ ସାହୁ କହନ୍ତି, ଫାର୍ମରେ ଖେଳୁଥିବା ବ‌େଳେ ପୁଅ ଆଉ ଗୋଟାଏ ବିଲକୁ ଚାଲିଗଲା। ସେଠାରେ ଖୋଲା ଥିବା ବୋର୍‌ୱେଲ୍‌ ଭିତରେ ପଡ଼ିଗଲା। ମୋ ୧୨ ବର୍ଷୀୟ ଝିଅ ଏକଥା ଦେଖି ମତେ ଜଣାଇଲା। ଆମେ ତୁରନ୍ତ ସେଠାକୁ ଧାଇଁଗଲୁ। ତନ୍ମୟ ନିଃଶ୍ବାସପ୍ରଶ୍ବାସ ନେଉଥିଲା ଓ ତା’ ପାଟି ବି ଶୁଭୁଥିଲା।

ବୋରୱେଲ ଭିତରକୁ ଏକ କ୍ୟାମେରା ଛଡାଯାଇ ପିଲାଟିର ସ୍ଥିତି ଉପରେ ନଜର ରଖାଯାଇଛି।  ଏହା ପୂର୍ବରୁ ଏମିତି ଏକ ସମାନ ଘଟଣା ଦେଖିବାକୁ ମିଳିଥିଲା ଛତିଶଗଡରେ । ଜାଞ୍ଜିଗିର ଚମ୍ପା ଜିଲ୍ଲାରେ ରାହୁଲ ନାମକ ଏକ ୧୧ ବର୍ଷର ଦିବ୍ୟାଙ୍ଗ ବାଳକ ଖସିପଡିଥିଲା । ୮୦ ଫୁଟ ଗଭୀର ବୋରୱେଲ ଭିତରେ  ଦୀର୍ଘ ଶହେ ଘଣ୍ଟାରୁ ଅଧିକ ସମୟ ପରେ ସୁରକ୍ଷିତ ଉଦ୍ଧାର ହୋଇଥିଲା ରାହୁଲ।

nis-ad
Leave A Reply

Your email address will not be published.