ପରାଜୟ ନିଶ୍ଚିତ ହେବା ପରେ ‘ପରିବର୍ତ୍ତନ’ ଘଣ୍ଟା ଉଠାଇ ନେଲା କଂଗ୍ରେସ

ଅହମ୍ମଦାବାଦ: ଏପଟେ ଚାଲୁଥିଲା କାଉଣ୍ଟ ଡାଉନ୍‌, ସେପଟେ ବି ଚାଲୁଥିବା କାଉଣ୍ଟ ଡାଉନ୍‌।  ଅର୍ଥାତ ଗୋଟିଏ ପରେ ଗୁଜରାଟ ବିଧାନ ସଭା ପାଇଁ ନିର୍ବାଚନ ଗଣତି ଚାଲିଥିବା ବେଳେ ସେପଟେ କଂଗ୍ରେସ ପକ୍ଷରୁ ଅହମ୍ମଦାବାଦ ମୁଖ୍ୟାଳୟରେ ଏକ ବଡ଼ ଘଣ୍ଟା ଲଗାଯାଇଥିଲା। ନାରା ଥିଲା ପରିବର୍ତ୍ତନ। ହେଲେ ପ୍ରାରମ୍ଭିକ ଟ୍ରେଣ୍ଡିରୁ ଜବରଦସ୍ତ ଅଭିଯାନ ଆରମ୍ଭ କରିଥିବା ବିଜେପିର ଚକାର ବ୍ରେକ୍ ଲାଗି ନଥିଲା। ଫଳରେ ଗଣନାର ଅଧାରୁ ଅଧିକ ସମୟ ପରେ ବିଜେପି ଏକ ନିଶ୍ଚିତ ବିରାଟ ବିଜୟ ଆଡ଼କୁ ଅଗ୍ରସର ହେବା ପରେ କଂଗ୍ରେସକୁ ଜୋରଦାର ଝଟକା ଲାଗିଛି। ଫଳରେ କଂଗ୍ରେସ ଲଗାଇଥିବା ପରିବର୍ତ୍ତନର ଘଣ୍ଟାକୁ  ଦିନ ୧୧ଟା ୨୦ରୁ ହଟାଇ ନେଇଛି।  ଘଣ୍ଟାଟି ଲଗାଇବା ବେଳେ ଘଣ୍ଟା, ମିନିଟ୍‌ ଓ ସେକେଣ୍ଟର ସମୟ ସେଟ୍ କରାଯାଥିଲା।ଗୁଜରାଟରେ କ୍ଷମତା ଥିବା ବିଜେପି ହଟିବା ଆଶାରେ ଏହି କାଉଣ୍ଟଡାଉନ୍ ଆରମ୍ଭ ହୋଇଥିଲା।

କିନ୍ତୁ ଏକ ବିରାଟ ବିଜୟ ଆଡ଼କୁ ବିଜେପି ଅଗ୍ରସର ହେବା ପରେ କଂଗ୍ରେସ ଏହି ପରିବର୍ତ୍ତନର ଘଣ୍ଟାକୁ ହଟାଇ ଦେଇଛି। ବିଜେପି ଏଠାରେ ୧୫୪ଟି ସିଟ୍‌ରେ ଆଗୁଆ ଥିବା ବେଳେ କଂଗ୍ରେସ ମାତ୍ର ୧୯ଟିରେ ଆଗୁଆ ରହିଛି। ଆମ ଆଦିମୀ ପାର୍ଟି ୬ଟିରେ ଆଗୁଆ ରହିଛି। ଗୁଜରାଟରେ ବିଜେପି ସପ୍ତମ ଥର ପାଇଁ କ୍ଷମତା ଅକ୍ତିଆର କରିବାକୁ ଯାଉଛି। ଗୁଜରାଟରେ ସରକାର ଗଠନ କରିବା ପାଇଁ ୯୨ଟି ଆସନ ଆବଶ୍ୟକ ହେଉଛି। ୨୦୧୭ରେ ଗୁଜରାଟରେ ଶହେ ଅଙ୍କ ଛୁଇଁବା ଲାଗି ବିଜେପିକୁ ସଂଘର୍ଷ କରିବାକୁ ପଡ଼ିଥିଲା।

ପାର୍ଟିକୁ ୯୯ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଯାହାକି ପୂର୍ବ ନିର୍ବାଚନ ତୁଳନାରେ ୧୬ଟି ଆସନ କମ୍‌। ଅନ୍ୟପକ୍ଷରେ ବିଜେପିକୁ କଡ଼ା ଟକ୍କର ଦେଇଥିବା କଂଗ୍ରେସ ୮୦ଟି ଆସନ ପାଇଥିଲା । ପୂର୍ବ ନିର୍ବାଚନ ତୁଳନାରେ ୧୯ଟି ଅଧିକ ଆସନ ପାଇଥିଲା କଂଗ୍ରେସ। କିନ୍ତୁ ଚଳିତ ନିର୍ବାଚନରେ କଂଗ୍ରେସର ଅତ୍ୟନ୍ତ ନିରାଶାଜନକ ପରିସ୍ଥିତି ରହିଛି।

nis-ad
Leave A Reply

Your email address will not be published.