ରାଜଧାନୀରେ ନକଲି ସିଗାରେଟ କମ୍ପାନୀ ସିଜ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଛତାବର ପଞ୍ଚାୟତ ଅଲକର ଗାଁରେ ଏକ ନକଲି ସିଗାରେଟ କମ୍ପାନୀକୁ ସିଜ କରିଛି ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ପୁଲିସ । ଏଠାରେ ବିହାରର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ H-10 ନାଁରେ ଡୁପ୍ଲିକେଟ ସିଗାରେଟ ପ୍ରସ୍ତୁତ ହେଉଥିଲା । ଏହାବ୍ୟତୀତ ଅନ୍ୟ ଏକ ସିଗାରେଟକୁ ଏସ-ଷ୍ଟାର ନାମରେ ପ୍ରସ୍ତୁତ କରାଯାଉଥିଲା ।

ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀଙ୍କ କହିବା ଅନୁଯାୟୀ, H-10  ହେଉଛି ବିହାରର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ । ତା’ ନାଁରେ ଏଠାରେ ପ୍ରସ୍ତୁତ ହେଉଥିଲା ଡୁପ୍ଲିକେଟ ସାମଗ୍ରୀ । ଯାହାକୁ ନେଇ ଆଇବିରେ ଅଭିଯୋଗ କରିଥିଲେ ମାଲିକ  ।

ଜବତ ସମୟରେ ଲକ୍ଷାଧିକ ଟଙ୍କାର ସିଗାରେଟ ଆଉ ଗୁଟଖା ଜବତ କରିଛି  ପୁଲିସ୍‌ । ଏହି ବ୍ୟବସାୟ ଚଳାଇଥିଲେ ଗଞ୍ଜାମ ଜିଲ୍ଲାର ରାଜା ରାଓ  । ହେଲେ ରାଜା ରାଓ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ତାଙ୍କୁ ଆକ୍ରୋଶମୂଳକ ଭାବେ ଫସାଯାଉଥିବା ଅଭିଯୋଗ କରିଛନ୍ତି ।

nis-ad
Leave A Reply

Your email address will not be published.