ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ

ଭୁବନେଶ୍ୱର ୦୬/୧୨: ବ୍ଲାକମେଲିଂ କୁଇନ୍ ଅର୍ଚ୍ଚନା ନାଗ ଗିରଫ ମାମଲା । ଇଡିରେ ହାଜର ହେଲେ ଆରକିଟେକ୍ଟ ରଞ୍ଜିତ ବେହେରା । ରଞ୍ଜିତ ଅର୍ଚ୍ଚନାଙ୍କ ଘର ବିଡିଏ ଆପ୍ରୁଭାଲ ଠାରୁ ଆରମ୍ଭ କରି ଡିଜାଇନ୍ କରିଥିଲେ ।

ରଞ୍ଜିତଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆର୍ଥିକ କାରବାର ହୋଇଥିବା ସୂଚନା । ସେହି ଟଙ୍କା କାରବାର ନେଇ ହୋଇପାରେ ଜେରା । ତେବେ ଆଶ୍ଚର୍ଯ୍ୟର କଥା ଅର୍ଚ୍ଚନାଙ୍କ ଘର ଡିଜାଇନ ପାଇ ତୁର୍କୀରୁ ଆସିଥିଲା ଘର ସଜ୍ଜାର ସୌଖିନ ସାମଗ୍ରୀ । ଏସବୁ ପ୍ରସଙ୍ଗରେ ରଞ୍ଜିତଙ୍କୁ ଜେରା କରିପାରନ୍ତି ତଦନ୍ତକାରୀ ଅଧିକାରୀ ।

nis-ad
Leave A Reply

Your email address will not be published.