ସଂସଦରେ ଗର୍ଭବତୀ ସାଂସଦଙ୍କୁ ଚୁଟି ଟାଣି ପିଟି‌ଲେ ବିରୋଧୀ

ନୂଆଦିଲ୍ଲୀ: କୌଣସି ଦେଶର ସଂସଦରେ ନେତାଙ୍କୁ ପରସ୍ପର ସହିତ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ସଂସଦରେ ମାଡ଼ପିଟା ହେବା ଘଟଣା କ୍ବଚିତ ଘଟିଥାଏ । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆଫ୍ରିକୀୟ ଦେଶ ସେନେଗଲରୁ ସାମ୍ନାକୁ ଆସିଛି।

ଏଠାରେ  ଥିବା ସଂସଦରେ ଜଣେ ପୁରୁଷ ସାଂସଦ ଅନ୍ୟ ଜଣେ ମହିଳା ସାଂସଦଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳୁଛି। ଏହି ଘଟଣାରେ ରାଗି ଯାଇ ମହିଳା ସାଂସଦ ଜଣକ ନେତାଙ୍କ ଉପରକୁ ଚୌକି ଫିଙ୍ଗିଥିବା ବି ନଜରକୁ ଆସିଛି। ଦୁଇନେତାଙ୍କ ଏଭଳି ଲଢ଼େଇର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ତେବେ ସଂସଦରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ସୂଚନା ଅନୁସାରେ ସାଂସଦ ଏମି ନାଦିୟେ ଗନିବି ଓ ବିରୋଧୀ ଦଳର ସାଂସଦ ମସ୍ସାତା ସାମ୍ବଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ଏହି ଝଗଡ଼ା ଏତେ ବଢ଼ି ଯାଇଥିଲା କି ମସ୍ସାତା ନିଜ ଚୌକିରୁ ଉଠି ସିଧା ମହିଳା ସାଂସଦଙ୍କ ପାଖକୁ ଆସି ଚାପୁଡ଼ାଟେ ପକାଇଥି‌ଲେ।

ଚାପୁଡ଼ା ଖାଇବା ପରେ ମହିଳା ସାଂସଦ ରାଗି ଯାଇ ବିରୋଧୀ ଦଳର ସାଂସଦଙ୍କ ଉପରକୁ ଚୌକି ଫିଙ୍ଗିଥିଲେ। ଏଭଳି ସମୟରେ ସଂସଦରେ ଉପସ୍ଥିତ ଥିବା ଲୋକେ ପରିସ୍ଥିତିକୁ ଆୟତ୍ତକୁ ଆଣିବାକୁ ଚେଷ୍ଟା କରିଥିଲେ। ତେବେ ମହିଳା ସାଂସଦ ଗର୍ଭବତୀ ଥିଲେ। ଏଭଳି ଘଟଣା ପରେ ତାଙ୍କ ଅବସ୍ଥା କିପରି ଅଛି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

nis-ad
Leave A Reply

Your email address will not be published.