ପୁତୁରାର ଗୁଳିମାଡରେ ଖୁଡି ଗୁରୁତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପଦରପଡାରେ  ଗୁଳିକାଣ୍ଡ | ଏଥିରେ ଜଣେ ମହିଳା ଗୁରୁତର ହୋଇଛନ୍ତି | ଗୁରୁତର ମହିଳା ହେଲେ ପଞ୍ଚାନନ ମହାପାତ୍ରଙ୍କ ସ୍ତ୍ରୀ ଅନିମା ମହାପାତ୍ର । ତାଙ୍କ ପୁତୁରା ଦେବପ୍ରକାଶ ଅନିମାଙ୍କ ଉପରକୁ ଗୁଳିଚାଳନା କରିଛନ୍ତି |

ଏହାସହ ଗୁଳିକାଣ୍ଡ ଘଟାଇ ଦେବପ୍ରକାଶ ମହାପାତ୍ର ଫେରାର ହୋଇଛନ୍ତି | ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି | ଖବର ପାଇ ତରଭା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି | ଏପଟେ ଗୁରୁତର ଅବସ୍ଥାରେ ଅନିମାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଦେହରେ ଗୁଳି ଥିବା ଜଣା ପଡିଛି।

nis-ad
Leave A Reply

Your email address will not be published.