ପଦ୍ମପୁର ଉପନିର୍ବାଚନ ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା, ବୁଥ୍ ମୁହାଁ ପୋଲିଂ ଟିମ୍

ପଦ୍ମପୁର : ଦିନକ ପରେ ପଦ୍ମପୁର ଉପନିର୍ବାଚନ । ୫ରେ ଭୋଟିଂ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ଟିମ୍ । ମୋଟ ୩୧୯ ବୁଥ୍ ମଧ୍ୟରେ ୭୯ଟି ସମ୍ବେଦନଶୀଳ ଥିବା ଜଣାଯାଇଛି । ୧୫ଟି ବୁଥ୍କୁ ଆଦର୍ଶ ବୁଥ ଭାବେ ଘୋଷଣା କରାଯାଇଛି ।

ମତଦାନ ପାଇଁ ୪୫ଟି ପାଟ୍ରୋଲିଂ ଟିମ୍ ବ୍ୟବସ୍ଥା କରାଯାଇଛି । ବାହାର ଲୋକଙ୍କ ଉପରେ ନଜର ରଖିବା ପାଇଁ ୨୨ଟି ଚେକ୍ ପୋଷ୍ଟ ହୋଇଛି । ପୋଲିସ କର୍ମଚାରୀଙ୍କ ସହ ୩୪ ସେକ୍ସନ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ନିର୍ବାଚନମଣ୍ଡଳୀ ବାହାର ଲୋକଙ୍କୁ ପଦ୍ମପୁର ଛାଡ଼ିବା ପାଇଁ ଅପିଲ୍ କରିଛନ୍ତି ବରଗଡ଼ ଜିଲ୍ଲାପାଳ ।

ସବୁ ଲଜ ଓ ହୋଟେଲ ଛାଡିବାକୁ କୁହାଯାଇଛି । ଯଦି କେହି ନମାନି ରହିବେ ତାଙ୍କ ଉପରେ କାର୍ଯାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

nis-ad
Leave A Reply

Your email address will not be published.