ହାଇଦ୍ରାବାଦ ଚାଲାଣବେଳେ ୪୪ଜଣ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗିର: ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣବେଳେ ବଲାଙ୍ଗିର ସହର କଚେରୀ ଛକରୁୁ ୪୪ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୪ଶିଶୁ ନାବାଳକ ।

ଉଦ୍ଧାର ଶ୍ରମିକମାଙ୍କୁ ବେଳପଡା ଥାନା ରେଙ୍ଗାଲି, ଘଗରା ଓ ବୁଢ଼ାଭଟା ଗାଁରୁ ଚଲାଣ ହେଉଥିବା ଜଣାପଡିଛି I ହାଇଦ୍ରାବାଦ ଇଟା ଭାଟିରେ କାମ କରିବାକୁ ଶ୍ରମିକମାନଙ୍କୁ ଚାଲାଣ କରାଯାଉଥିଲା । ବେଲପଡାରୁ ଏକ ଘରୋଇ ବସରେ ବଲାଙ୍ଗିର ଆସୁଥିବା ବେଳେ ବଲାଙ୍ଗିର କଚେରୀ ଛକରେ ଶ୍ରମିକଙ୍କୁ ଉଦ୍ଧାର କଲା ଟାଉନ ପୋଲିସ।

nis-ad
Leave A Reply

Your email address will not be published.