ଚାଷୀ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ, ଶାସକ ଓ ବିରୋଧି ସଦସ୍ୟଙ୍କ ହଟ୍ଟଗୋଳ

ଭୁବନେଶ୍ୱର ୨୫/୧୧: ବିଧାନସଭା ଶୀତ ଅଧିବେଶନର ଆଜି ଦ୍ଵିତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ହୋହଲ୍ଲା ଯୋଗୁଁ ଚାଲିପାରିଲାନି ପ୍ରଶ୍ନକାଳ । ଶୁନ୍ୟକାଳ ଆରମ୍ଭରୁ ପୁଣି ଗୃହରେ ଦେଖିବାକୁ ମିଳିଥିଲା ହଙ୍ଗାମା । ବିଧାନସଭାରେ ଚାଷୀ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧି ସଦସ୍ୟଙ୍କ ମୁହାଁମୁହିଁ ।

ଗୃହ ମଧ୍ୟଭାଗରେ ଜୋରଦାର ହୋହଲ୍ଲା ସହ ହଙ୍ଗାମା ହୋଇଥିଲା । ପୁଣିଥରେ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ହୋଇଛି ଗୃହ ।

ସୂଚନା ଥାଉକି, ବିଧାନସଭା ଆରମ୍ଭରୁ ହୋହଲ୍ଲା ହେବାରୁ ବାଚସ୍ପତି ସାଢେ ୧୧ ଟା ଯାଏଁ ଗୃହକୁ ମୁଲତବୀ କରିଥିଲେ । ପରେ ପ୍ରଶ୍ନକାଳ ଆରମ୍ଭରୁ ପୁଣିଥରେ ପରିସ୍ଥିତି ସମାନ ହୋଇଥିଲା। ଯେଉଁଥିପାଇଁ ବାଚସ୍ପତି ପୁଣିଥରେ ଗୃହ ମୁଲତବୀ କରିଥିଲେ ।

nis-ad
Leave A Reply

Your email address will not be published.