ଦାରିଙ୍ଗବାଡ଼ିରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ଦାରିଙ୍ଗବାଡ଼ି,୨୪/୧୧ : ଦାରିଙ୍ଗବାଡ଼ି ସ୍ଥିତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୬ଟି କ୍ଲଷ୍ଟର ଦାରିଙ୍ଗବାଡ଼ି, ଗ୍ରୀନବାଡ଼ି, ପର୍ତ୍ତମାହା, ଭ୍ରମରବାଡ଼ି, ଶ୍ୟାଙ୍ଗବାଲି ଓ ଶ୍ରାନିକେତା ଅଞ୍ଚଳର ୩୮୦ଜଣ ଛାତ୍ରଛାତ୍ରୀ ନିଜ ନିଜ ଅଭିଭାବକ ଓ ଶିକ୍ଷକ ମାନେ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରୁ ୧୬୧ଜଣଙ୍କୁ ଚଷମାଦେବା ପାଇଁ ଚୟନ କରାଯାଇଥିବା ବେଳେ ୪ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯିବାକୁ କୁହା ଯାଇଥିବା ବେଳେ ୬୪ଜଣଙ୍କୁ ଔଷଧ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ସହାୟିକା ଡାକ୍ତର ଅର୍ଚ୍ଚନା ସ୍ୱାଇଁ, ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଚକ୍ଷୁ ସହାୟକ ଏସ.ଏ. ଜାହିର ,ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଚକ୍ଷୁ ସହାୟକ ସୁବାସିସ ପଣ୍ଡା ପ୍ରମୁଖ ଛାତ୍ର ଛାତ୍ରୀ ଙ୍କ ଚକ୍ଷୁ ପରୀକ୍ଷା କରିଥିଲେ l କାର୍ଯ୍ୟକ୍ରମ ରେ ବି.ଆର.ଟି ମାନସ କୁମାର ଷଡ଼ଙ୍ଗୀ ଓ ରଶ୍ମିତା ସେନାପତିଙ୍କ ସମେତ ଉପରୋକ୍ତ ୬ଟି କ୍ଲଷ୍ଟରର ସିଆରସିସି ମାନେ ପରିଚାଳନାରେ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.