ଅଟୋ ରିକ୍ସା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଅଚିହ୍ନା ସଂଗଠନ

ମାଙ୍ଗାଲୁରୁ: କର୍ଣ୍ଣାଟକାର ମାଙ୍ଗାଲୁରୁ ଠାରେ ଗତ ଶନିବାର ହୋଇଥିବା ଅଟୋ ରିକ୍ସା ବିସ୍ଫୋରଣ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଜଣେ ଯୁବକ ଅଟୋରେ କ୍ରୁଡ ବୋମା ନେଇ ଯାଉଥିବା ବେଳେ ଏହା ବିସ୍ଫୋରଣ ହୋଇଥିଲା। ଏଥିରେ ଅଟୋ ଚାଳକ ଓ ବୋମା ନେଇ ଯାଉଥିବା ଯୁବକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ପୁଲିସ୍‌ ଘଟଣା ପଛର ଆତଙ୍କୀ ଲିଙ୍କର ଖିଅ ଖୋଜୁ ଥିବା ବେଳେ ଆଜି ଗୋଟିଏ ଅଜଣା ଇସଲାମିକ ସଂଗଠନ ପକ୍ଷରୁ ଚିଠି ଆସିଛି। ଉକ୍ତ ସଂଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ଏଥିସହ ବୋମା ଦ୍ୱାରା କାଦ୍ରୀରେ ଥିବା ପ୍ରସିନ୍ଧ ମଞ୍ଜୁନାଥ ମନ୍ଦିରକୁ ଉଡ଼ାଇ ଦେବାକୁ ଯୋଜନା ଥିଲା ବୋଲି ଚିଠିରେ ଦାବି କରାଯାଇଛି।

ଇସଲାମିକ ରେଜିଷ୍ଟାନ୍ସ କାଉନସିଲ(ଆଇଆରସି) ନାମକ ଗୋଟିଏ ସଂଗଠନର ଲେଟରପ୍ୟାଡରେ ଏପରି ଚିଠି ଲେଖିଛି।
କିନ୍ତୁ ପୁଲିସ ପୂର୍ବରୁ ଆଜି ଯାଏ ଏମିତି ଏକ ସଂଗଠନର ନାଁ କେବେ ହେଲେ ଶୁଣି ନଥିଲା। ପ୍ରଥମଥର ପାଇଁ କୌଣସି ଅଜଣା ସଂଗଠନ ଏପରି ଚିଠି କରି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ସେହିପରି ଘଟଣା ପଛର ସତ୍ୟାସତ୍ୟ ଜାଣିବାକୁ ପୁଲିସ ଚିଠିର ଫରେନ୍ସିକ ଯାଞ୍ଚ ମଧ୍ୟ କରୁଛି।
ଶନିବାର ହୋଇଥିବା ବିସ୍ଫୋଣକୁ ପୁଲିସ୍‌ ଆତଙ୍କବାଦୀ କାର୍ଯ୍ୟକଳାପ ଭାବେ ବିବେଚନା କରିଛି। ଏଥିପାଇଁ ବୋମା ନେଇ ଯାଉଥିବା ୨୯ ବର୍ଷୀୟ ଶାରିକକୁ ଗିରଫ କରିଛି। କିନ୍ତୁ ବିସ୍ଫୋରଣରେ ସେ ଆହତ ହୋଇଥିବାରୁ, ତା’କୁ ହସ୍ପିଟାଲରେ ଭିର୍ତ୍ତ କରାଯାଇଛି।

ଆଜି ଆଇଆରସି ପକ୍ଷରୁ ବରିଷ୍ଠ ପୁଲିସ୍‌ ଅଧିକାରୀ ଆଲୋକ କୁମାରଙ୍କୁ ଲେଖାଯାଇଥିବା ତଥାକଥିତ ଚିଠିରେ ଧମକ ଦିଆଯାଇଛି। ପୁଲିସ୍‌ ସୂତ୍ରରେ କୁହାଯାଇଛି କି ଚିଠି କେଉଁଠୁ ଆସିଛି, ସେକଥା ଜଣାପଡ଼ିନି। ସେହିପରି ପ୍ରଥମଥର ପାଇଁ ପୁଲିସ୍‌ ଏପରି ଏକ ସଂଗଠନର ନାଁ ଶୁଣୁଛି। ଏହି ଚିଠି ଅସଲ କି ନକଲି, ତା’ର ଯାଞ୍ଚ କରାଯାଉଥିବା ଏହି ସୂତ୍ରରେ କୁହାଯାଇଛି।

ଲେଟରପ୍ୟାଡରେ ଇଂରାଜୀରେ ସବୁ କିଛି ଲେଖାଯାଇଥିବା ବେଳେ ଶାରିକର ଫଟୋ ରହିଛି। ଏଥିରେ କୁହାଯାଇଛି ଯେ ଆମ ବିରୋଧରେ ଖୋଲାଖୋଲି ଭାବେ ଯୁଦ୍ଧ ଘୋଷଣା କରାଯାଇଥିବାରୁ ଆମେ ପ୍ରତି ଆକ୍ରମଣ କରୁଛୁ। ମବ ଲିଚିଂ ଏବେ ବୃଦ୍ଧି ପାଇଲାଣି। ଆମ ସ୍ୱରକୁ ଚାପି ଦେବା ପାଇଁ ଏକପାଖିଆ ଆଇନ ଓ ବିଧେୟକ ପାରିତ କରାଯାଉଛି। ଆମ ଧର୍ମରେ ଅଯଥା ହସ୍ତେକ୍ଷେପ ମଧ୍ୟ ହେଉଛି। ଏଥିପାଇଁ ସବୁ କିଛି ଘଟୁଛି ବୋଲି ଚିଠିରେ କୁହାଯାଇଛି।

nis-ad
Leave A Reply

Your email address will not be published.