ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା ଶିଶୁ କାଠ ଜବତ, ଜଣେ ଅଭିଯୁକ୍ତ ଗିରଫ

ଚିତ୍ରକୋଣ୍ଡା (୨/୧୧) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା ଗଲା କାଲି ୨୫ଟି ଶିଶୁ କାଠ ଜବତ ହୋଇଛି l ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ବଡପଦର ପଞ୍ଚାୟତ ରେଖାପାଲି ବିଟ ଦାରାକୋଣ୍ଡା ଛକ ନିକଟରୁ ଏକ ମହିନ୍ଦ୍ରା ଟ୍ରାକ୍ଟରରେ ୨୫ ଗୋଟି ଶିଶୁ କାଠ ଚାଲାଣ କରୁଥିବା ବେଳେ ଚିତ୍ରକୋଣ୍ଡା ବନାଞ୍ଚଳ ହାତରେ ଧରା ପଡିଛି l ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା କାଠ ଚାଲାଣ ମାମଲା ନମ୍ବର 92/2022 ଅନୁଯାଇ ମହିନ୍ଦ୍ରା ଟ୍ରାକ୍ଟର ସିଜରିଙ୍ଗ କେସ ନମ୍ବର U/S -56 /OFS 1972 ଅନୁସାରେ ତିନି ଜଣ ଅଭିଯୁକ୍ତଙ୍କୁ ଶିଶୁ କାଠ ଚାଲାଣ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l

nis-ad
Leave A Reply

Your email address will not be published.