ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ, ୪୪ ମୃତ

ଜାକାର୍ତ୍ତା : ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଇଣ୍ଡୋନେସିଆର ପଶ୍ଚିମ ଜାଭାରେ ସୋମବାରଦିନ ଏକ ୫.୭ ତୀବ୍ରତାର ଏକ ଭୂମିକମ୍ପ ଆସିଛି । ଗତ ୪ ଦିନ ମଧ୍ୟରେ ଏହା ହେଉଛି ୨ୟ ଭୂମିକମ୍ପ ।
କିନ୍ତୁ ଶୁକ୍ରବାର ସୁମାତ୍ରାରେ ଆସିଥିବା ଭୂମିକମ୍ପ ତୁଳନାରେ ଆଜି (ସୋମବାର) ଆସିଥିବା ଭୂମିକମ୍ପର ତୀବ୍ରତା କମ ଥିଲେ ବି ଏଥିରେ ଅଧିକ ଲୋକ ମୃତାହତ ହୋଇଛନ୍ତି । ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମର ସର୍ବଶେଷ ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ୪୪ ଲୋକ ମୃତ୍ୟୁବରଣ କରିଥିବାବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି । ଅନେକ ଲୋକ ଧ୍ବଂସସ୍ତୁପ ତଳେ ଚାପିହୋଇ ରହିଥିବାରୁ ଆଗକୁ ମୃତାହତ ସଂଖ୍ୟା ବଢିବାର ଆଶଙ୍କା ରହିଛି ।
ଆମେରିକୀୟ ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁସାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ପଶ୍ଚିମ ଜାଭାର ସିଆନଜୁର ଅଂଚଳ ।
ସିଆନଜୁର ସହର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଭୂମିକମ୍ପ ଯୋଗୁଁ ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି ।

ସବୁଠାରୁ ଦୁଃଖଦାୟକ ଖବର ହେଉଛି ଗୋଟିଏ ହସପିଟାଲ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଫଳରେ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ମଧ୍ୟରୁ ୨୦ ଜଣ ନିହତ ହୋଇଥିବାବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି । ସେହିପରି ସ୍କୁଲ, ଧାର୍ମିକ ସ୍ଥ​ଳ ବି କ୍ଷତିଗ୍ରସ୍ତ ହୋଇଛି ।

କେବଳ ସିଆନଜୁର ସହର ନୁହେଁ, ଚାରିପାଖରେ ଥିବା ଗ୍ରାମାଞ୍ଚଳରେ ବି ଅନେକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ।

nis-ad
Leave A Reply

Your email address will not be published.