ଏସ୍‌ପି ଅଫିସ ସମ୍ମୁଖରୁ ଚୋରି, ଦୁଇଟି ଦୋକାନରୁ ନେଇଗଲେ ଲକ୍ଷାଧିକ ଟଙ୍କା ଓ ସାମଗ୍ରୀ

ଭଦ୍ରକ ୨୦।୧୧ : ଭଦ୍ରକ ଏସ୍‌ପି ଅଫିସ ସମ୍ମୁଖରେ ଥିବା ଦୁଇଟି ଦୋକାନରୁ ଚୋରି । ଗୋଟିଏ ବ୍ୟାଗ୍‌ ଓ ଡ୍ରେସ୍‌ ଦୋକାନରୁ ଜିନିଷ ପତ୍ର ସହ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ । ଭଦ୍ରକ ଟାଉନ୍‌ ଥାନାରେ ଅଭିଯୋଗ ପରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି ।  

ଖବର ଅନୁଯାୟୀ, ଭଦ୍ରକ ଅସ୍ଥଳ-ନରିପୁର ଛକ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଥିବା ମୀର ସକିବୁର ରେହମାନଙ୍କ ଡ୍ରେସ୍‌ ଦୋକାନା ଗତ କିଛି ଦିନ ହେଲା ବନ୍ଦ ଥିଲା । ହଠାତ୍‌ ଶନିବାର ସଂଧ୍ୟାରେ ଦୋକାନା ଖୋଲି ଦେଖିବା ବେଳକୁ ଚୋରି ହୋଇଛି । ଦୋକାନ ପଛପଟୁ ସ୍କାଏଲାଇଟ ଭାଙ୍ଗି ନଗଦ ଟଙ୍କା ସହ ଅନେକ ଜିନିଷ ପତ୍ର ଚୋରି ହୋଇଛି ।

ସେହିପରି  ପାଖରେ ଥିବା ମୀର୍ଜା ଆଜାରୁଦ୍ଦିନଙ୍କ ବ୍ୟାଗ୍‌ ଦୋକାନରୁ ମଧ୍ୟ ଚୋରି ହୋଇଛି । ଉକ୍ତ ଦୋକାନଟି ମଧ୍ୟ କିଛି ଦିନ ହେଲା ବନ୍ଦ ଥିଲା । ଏହି ଦୋକାନର ବି ସ୍କାଏଲାଇଟ୍‌ ଭାଙ୍ଗିବା ସହ ସିଲିଂ କାଟି ବହୁ ବ୍ୟାଗ୍‌ ସହ ନଗଦ ଟଙ୍କା ଏବଂ ଜିନିଷ ପତ୍ର ଚୋରି ହୋଇଛି । ଲୁଟ୍‌ ନେଇ ଟାଉନ୍‌ଥାନାରେ ଅଭିଯୋଗ ହୋଇଛି । ପୋଲିସ ମଧ୍ୟ ଖୋଲତାଡ଼ ଜାରି ରଖିଛି । ସବୁଠାରୁ ସୁରଭିତ ସ୍ଥାନ ଏସ୍‌ପିଙ୍କ ଅଫିସ ସମ୍ମୁଖରୁ ଯଦି ଏଭଳି ଚୋରି ହୋଇଛି । ତେବେ ଅନ୍ୟ ଅଞ୍ଚଳ କଥା କଣ କହିବା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।  

nis-ad
Leave A Reply

Your email address will not be published.