ଅଜା ହେଲେ ମୁକେଶ ଅମ୍ବାନୀ, ଯାଆଁଳା ସନ୍ତାନଙ୍କ ମା ହେଲେ ଝିଅ ଇଶା ଅମ୍ବାନୀ

ମୁମ୍ବାଇ: ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଘରେ ଆଜି ଖୁସିର ଲହରୀ ଖେଳିଯାଇଛି | ବାସ୍ତବରେ ମୁକେଶଙ୍କ ଝିଅ ଇଶା ଅମ୍ବାନୀ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଅମ୍ବାନୀ ପରିବାର ଏବଂ ପିରାମଲ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଇଶା ଅମ୍ବାନୀ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି, ଯେଉଁଥିରେ ଏକ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ଇଶା ଓ ସେମାନଙ୍କର ଉଭୟ ସନ୍ତାନ ସୁସ୍ଥ ଅଛନ୍ତି। ପୁଅର ନାମ କୃଷ୍ନା ଏବଂ ଝିଅର ନାମ ଆଦିଆ ବୋଲି ରଖାଯାଇଛି |
ମୁକେଶ ଅମ୍ବାନୀ-ନିତା ଅମ୍ବାନୀ ଓ ଇଶାଙ୍କ ଶ୍ୱଶୁର-ଶାଶୁ ଅଜୟ ପିରାମଲ ଏବଂ ସ୍ଵାତି ପିରାମଲଙ୍କ ଦ୍ୱାରା ଜାରି ମିଳିତ ଗଣମାଧ୍ୟମ ବିବୃତ୍ତିରେ ସମସ୍ତେ କହିଛନ୍ତି ଯେ ଯାଆଁଳା ଶିଶୁଙ୍କ ଆଗମନ ଘୋଷଣା କରି ସେମାନେ ଅତ୍ୟନ୍ତ ଆନନ୍ଦିତ | ଏହା ସେମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ |

ସୂଚନା ଥାଉ କି ଡିସେମ୍ବର ୨୦୧୮ ମସିହାରେ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଆନନ୍ଦ ପିରାମଲଙ୍କୁ ବିବାହ କରିଥିଲେ । ଆନନ୍ଦ ହେଉଛନ୍ତି ପିରାମଲ୍‌ ଗ୍ରୁପ୍‌ର ମୁଖ୍ୟ ଅଜୟ ପିରାମଲଙ୍କ ପୁଅ। ଆନନ୍ଦ ହେଉଛନ୍ତି ପିରାମିଲ୍‌ ରିୟଲିଟି ନାମକ ଏକ ରିଅଲ୍‌ ଇଷ୍ଟେଟ୍‌ କମ୍ପାନିର ନିର୍ମାତା। ଏହି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସେ ପିରାମିଲ୍‌ ହେଲଥ ବାହାର କରିଥିଲେ। ଏହା ଜରିଆରେ ଗ୍ରାମୀଣ ଅଞ୍ଚଳରେ ପ୍ରାୟ ଦିନକୁ ୪୦,୦୦୦ ରୋଗୀ ଚିକିତ୍ସତ ହୁଅନ୍ତି।

nis-ad
Leave A Reply

Your email address will not be published.