ଖଲ୍ଲିକୋଟ କଲେଜ୍‌ରେ ରାଗିଂ, ଅଭିଯୋଗ ଆଣିଲେ ଛାତ୍ରୀ…

ବ୍ରହ୍ମପୁର, ୧୯/୧୧: ବ୍ରହ୍ମପୁର ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ କଲେଜ ରାଗିଂ ଘଟଣା ଥମି ନଥିବା ବେଳେ ଏବେ ଖଲ୍ଲିକୋଟ ଜୁନିଅର କଲେଜରେ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ କଲେଜ୍‌ର ଯୁକ୍ତଦୁଇ ବିଭାଗର ପ୍ରଥମ ବର୍ଷ ଛାତ୍ରୀ ଏହି ଅଭିଯୋଗ କରିଛନ୍ତି। କଲେଜ ଅଧ୍ୟକ୍ଷଙ୍କୁ ରାଗିଂ ନେଇ ଅଭିଯୋଗ କରିଥିଲେ ବି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଛାତ୍ରୀ ଜଣକ କହିଛନ୍ତି । ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ଟଣାଓଟରା କରିଥିବା ସେ ଏଥିରେ ଦର୍ଶାଇଛନ୍ତି ।

ବର୍ତ୍ତମାନ ସେ ସୁରକ୍ଷିତ ନାହାନ୍ତି, ଭୟରେ ଘର ଲୋକଙ୍କୁ ମଧ୍ୟ କହିପାରୁନାହାନ୍ତି। ଛତ୍ରୀ ଜଣକ ଏଭଳି ଅଭିଯୋଗ କରିବା ପରେ ଏବେ କଲେଜ କର୍ତ୍ତୃପକ୍ଷ ତଦନ୍ତ ଜୋରଦାର କରିଛନ୍ତି । ଏନେଇ କଲେଜ ଅଧକ୍ଷ ଡ଼. ଆର ଏନ ନାୟକ କହିଛନ୍ତି, ଆଣ୍ଟି ରାଗିଂ କମିଟିର ରିପୋର୍ଟକୁ ଆଧାର କରି କାର୍ଯ୍ୟନୁଷ୍ଠାନ ଗ୍ରହଣ ହେବ । ଅନ୍ୟପକ୍ଷରେ କଲେଜରେ ପୂର୍ବରୁ ବି ଛତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା

ସୂଚନା ଥାଉକି, ପୂର୍ବରୁ କଲେଜ୍‌ରେ ରାଗିଂ ଅଭିଯୋଗ ହୋଇଥିବା ବେଳେ ୬ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ୧୫ ଦିନ ପାଇଁ କଲେଜରୁ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା । ଏ ସଂପର୍କରେ ପୋଲିସ୍‌କୁ ଅବଗତ କରାଯାଇଥିଲା । କିନ୍ତୁ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ବୋଲି ଅଧ୍ୟକ୍ଷ କହିଛନ୍ତି ।

nis-ad
Leave A Reply

Your email address will not be published.