ଇଡିରେ ହାଜର ହେଲେନି ଅକ୍ଷୟ ପରିଜା

ଭୁବନେଶ୍ୱର ୧୯।୧୧ : ଲେଡି ବ୍ଲାକମେଲ ଅର୍ଚ୍ଚନା ନାଗ ଗିରଫ ମାମଲା । ଇଡିରେ ହାଜର ହେଲେନି ଅକ୍ଷୟ ପରିଜା । କିନ୍ତୁ ସେନ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବଦଳରେ ତାଙ୍କ ଓକିଲ ହାଜର ହୋଇଛନ୍ତି ।

ଖବର ଅନୁଯାୟୀ, ଅର୍ଚ୍ଚନା ନାଗର ଆର୍ଥିକ ହେର୍‌ଫେର୍‌ ମାମଲାରେ ତଦନ୍ତ କରୁଛି ଇଡି । କିଛି ଦିନ ତଳେ ଅର୍ଚ୍ଚନା ନାଗଙ୍କ କଳାହାଣ୍ଡି ସ୍ଥିତ ପୈତୃକ ଘର ଏବଂ ଭୁବନେଶ୍ୱରରେ ଥିବା ବାସଭବନରେ ଚଢାଉ କରିଥିଲେ ଇଡି । ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା । ଯାହାକୁ ଆଧାର କରି ଏବେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ଇଡି । ତେବେ ଏସବୁ ଭିତରେ ଓଡିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ହାଜର ହେବାକୁ ନୋଟିସ ଜାରି କରିଥିଲା ଇଡି । ହେଲେ ଅକ୍ଷୟ ପରିଜା ହାଜର ହୋଇନାହାନ୍ତି । ବରଂ ତାଙ୍କ ବଦଳରେ ଅକ୍ଷୟ ପରିଜାଙ୍କ ଓକିଲ ଇଡିରେ ହାଜର ହୋଇଛନ୍ତି ।

nis-ad
Leave A Reply

Your email address will not be published.