ଅଫତାବ୍ ବ୍ୟବହାର କରିଥିବା ମାରଣାସ୍ତ୍ର ପାଇଲା ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ୱାକର ହତ୍ୟା ମାମଲାର ତଦନ୍ତ କରୁଥିବା ପୁଲିସ ହାତରେ ଲାଗିଲା ମାରଣାସ୍ତ୍ର। ଅଭିଯୁକ୍ତ ଅଫତାବ୍ ଅମିନ ପୁନାୱାଲାର ଫ୍ଲାଟରୁ ଏହି ମାରଣାସ୍ତ୍ରକୁ ପୋଲିସ ଜବତ କରିଛି । ଆଶଙ୍କା କରାଯାଉଛି, ଏହି ଧାରୁଆ ଅସ୍ତ୍ରରେ ହିଁ ଅଫତାବ୍ ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିଥାଇପାରେ। ଗିରଫଦାରୀ ପରଠୁ ଘନ ଘନ ଜେରା ସତ୍ତ୍ୱେ ପ୍ରଥମେ ଭୁଆଁ ବୁଲାଉଥିବା ଜହ୍ଲାଦ ପ୍ରେମିକ ଅଫତାବ୍ ଏବେ ପୁଲିସକୁ ସହଯୋଗ କରୁଥିବା ସୂଚନା ମିଳିଛି । ଏହି କ୍ରମରେ ପୁଲିସ ଅଫତାବଙ୍କ ଠାରୁ ସୂଚନା ପାଇ ତାର ଫ୍ଲାଟକୁ ଯାଇ ଏକ କଳା ପଲିଥିନରେ ଘୋଡ଼ାଇ ରଖାଯାଇଥିବା ଅବସ୍ଥାରେ ମାରଣାସ୍ତ୍ରକୁ ଜବତ କରିଛି। ପ୍ରମାଣ ଯୋଗାଡ ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ଚାଲିଛି ତନାଘନା ।
ଗତକାଲି ମହାରାଷ୍ଟ୍ର ଯାଇ ଶ୍ରଦ୍ଧାଙ୍କ ଜଣେ ନିକଟତମ ବନ୍ଧୁ ଲକ୍ଷ୍ମଣ ନାଦରଙ୍କ ବୟାନ ରେକର୍ଡ କରିଛି। ଦିଲ୍ଲୀ ପୁଲିସର ଏକ ଟିମ୍ ମହାରାଷ୍ଟ୍ର ପଲଘର ଯାଇ ଲକ୍ଷ୍ମଣଙ୍କୁ ପ୍ରାୟ ୪ରୁ ୫ ଘଣ୍ଟା ପଚରାଉଚରା କରିଥିଲା। ଏଥିସହ ଦିଲ୍ଲୀକୁ ଯିବା ପୂର୍ବରୁ ପାଲଘର ଅଂଚଳରେ ଯାହା ଘରେ ଭଡାରେ ରହୁଥିଲେ ତାଙ୍କର ବୟାନ ମଧ୍ୟ ରେକର୍ଡ କରିଛି । ୨୦୧୯ ପରଠାରୁ ଶ୍ରଦ୍ଧାଙ୍କ ସହ ତାଙ୍କର ଯେଉଁ ସାଙ୍ଗମାନେ ଯୋଗାଯୋଗରେ ଥିଲେ। ତାଙ୍କଠାରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ। ମୁମ୍ବାଇରେ ଯେଉଁ କଲ ସେଣ୍ଟରରେ ଶ୍ରଦ୍ଧା କାର୍ଯ୍ୟ କରୁଥିଲେ ସେଠାକାର ମ୍ୟାନେଜରଙ୍କୁ ମଧ୍ୟ ତଥ୍ୟ ସଂଗ୍ରହ କରିବ ପୁଲିସ। ୨୦୧୯ ପରଠାରୁ ଶ୍ରଦ୍ଧାଙ୍କ ସହ ତାଙ୍କର ଯେଉଁ ସାଙ୍ଗମାନେ ଯୋଗାଯୋଗରେ ଥିଲେ ତାଙ୍କଠାରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ ।

ମୁମ୍ବାଇରେ ଯେଉଁ କଲ ସେଣ୍ଟରରେ ଶ୍ରଦ୍ଧା କାର୍ଯ୍ୟ କରୁଥିଲେ ସେଠାକାର ମ୍ୟାନେଜରଙ୍କୁ ମଧ୍ୟ ତଥ୍ୟ ସଂଗ୍ରହ କରିବ ପୁଲିସ। ସେପଟେ ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ନିଇତି ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ଶ୍ରଦ୍ଧାଙ୍କ ଚାଟ୍ ଫଟୋ ପରେ ଏବେ ତାଙ୍କର ହ୍ୱାଟସ୍‌ଆପ୍‌ ଏବଂ ଇନ୍‌ଷ୍ଟାଗ୍ରାମ ଚାଟ ସାମ୍ନାକୁ ଆସିଛି । ଦୁଇ ବର୍ଷ ପୂର୍ବେ ଶ୍ରଦ୍ଧା ତାଙ୍କର ସାଙ୍ଗସାଥି ଏବଂ ଟିମ୍ ଲିଡରଙ୍କୁ ଏହି ମେସେଜ୍ ପଠାଇଥିଲେ । ଚାର୍ଟରୁ ଯାହା ଜଣାପଡୁଛି, ଦୁଇ ବର୍ଷ ପୂର୍ବେ ୨୦୨୦ରେ ତାଙ୍କର ଲିଭ୍ଇନ୍ ପାର୍ଟନର ଅଫତାବ ତାଙ୍କୁ ଗୁରୁତର ଭାବେ ମାଡ଼ ମାରିଥିଲା ପରେ ସେ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

nis-ad
Leave A Reply

Your email address will not be published.