ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ: ବର୍ଷା ଯୋଗୁ ପ୍ରଥମ ମ୍ୟାଚ୍ ବାତିଲ୍

ୱେଲିଂଟନ: ବର୍ଷା ଯୋଗୁ ଧୋଇଗଲା ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍। ଶୁକ୍ରବାର(ନଭେମ୍ବର- ୮) ନ୍ୟୁଜିଲାଣ୍ଡର ସ୍କାଏ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍ ଖେଳାଯାଇଥାନ୍ତା। ହେଲେ ବର୍ଷା ଯୋଗୁ ଟସ୍ ପଡ଼ିବା ବିଳମ୍ବ ହୋଇଥିଲା। ଆଉ ଏବେ ଖରାପ ପାଗ ଯୋଗୁ ପୂରା ମ୍ୟାଚ୍ ବାତିଲ୍ କରାଯାଇଛି।।

ଆଜି ୧୧.୩୦ରେ ଟସ୍ ପଡ଼ିଥାନ୍ତା। ହେଲେ ସେତିକି ବେଳେ ପ୍ରବଳ ପର୍ଷା ହୋଇଥିଲା। ପାଣିପାଗ ପରିବର୍ତ୍ତନ ଆଶା ରଖି ଟସ୍‌କୁ ଘୁଞ୍ଚାଇ ଦେଇଥିଲେ। ହେଲେ ପାଗରେ ଆହୁରି ଖରାପ ହେବା ଯୋଗୁ ଶେଷରେ ମ୍ୟାଚକୁ ବାତିଲ୍ କରିବାକୁ ପଡ଼ିଥିଲା।    

ବିଶ୍ୱକପ୍‌ରୁ ବିଦା ହେବା ପରେ ଆଜି ଉଭୟ ଟିମ୍ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥାନ୍ତେ। ଆଜି ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡାୟଙ୍କ ନେତୃତ୍ୱରେ ମୌଦାନକୁ ଓହ୍ଲାଇଥାନ୍ତା ଟିମ୍ ଇଣ୍ଡିଆ। ହେଲେ ବର୍ଷା ସବୁ ବିଗାଡ଼ି ଦେଇଛି।

ସୂଚନା ଥାଉକି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ରେ ୩ ଟିମ୍ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଥିବାରୁ ଆଉ ଦୁଇଟି ମ୍ୟାଚ୍ ଖେଳିବେ ଉଭୟ ଦଳ। ଦୁଇଟି ଯାକ ମ୍ୟାଚ୍ ଉଭୟ ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ କେବଳ ଟି-୨୦ ନୁହେଁ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ ଭାରତ।  

nis-ad
Leave A Reply

Your email address will not be published.