ସ୍କୁଲ ପରିସରରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି କରି ବିକ୍ରି କରିବା ଘଟଣା, ୨ଜଣ ଶିକ୍ଷକ ନିଲମ୍ବିତ

ଚାନ୍ଦବାଲି: ସ୍କୁଲ ପରିସରରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି କରି ବିକ୍ରି କରିବା ଘଟଣାରେ ଦୁଇ ଶିକ୍ଷକ ନିଲମ୍ବିତ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ତେନ୍ତୁଲିଡ଼ିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ବ୍ଲକ ଶିକ୍ଷାଧିକାରୀ।

ପାଖାପାଖି ୨୫ ଦିନ ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାହା ସହ ତଦନ୍ତ ପରେ ମଧ୍ୟ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କ ନାଁରେ ଚାଉଳ ଚୋରି ଘଟଣାରେ ଚାନ୍ଦବାଲି ଥାନାରେ ଶିକ୍ଷା ବିଭାଗ ତରଫରୁ ଏତଲା ଦିଆଯାଇଛି।

nis-ad
Leave A Reply

Your email address will not be published.