ରୋଟାରୀ କ୍ଲବ ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳିତ


ବେଲଗୁଣ୍ଠା (୧୭/୧୧) : ଭଞ୍ଜନଗର ରୋଟାରୀ କ୍ଳବ୍ ବିଭିନ୍ନ ସମୟରେ ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନେଇ ଅଞ୍ଚଳରେ ପ୍ରଶଂସା ସାଉଁଟି ଥିବା ବେଳେ ଆଜି କ୍ଳବ୍ ତରଫରୁ ଜାତୀୟ ପ୍ରେସ୍ ଦିବସ ଅବସରରେ ବେଲଗୁଣ୍ଠା ସାଇ ଆଇଟିଆଇ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଅଛି । ରୋଟାରୀ କ୍ଳବ୍ ସଭାପତି ମଧୂସୁଦନ ମହାପାତ୍ରଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ, ଗୀତିକାର ତଥା ସମ୍ବାଦ ସାହିତ୍ୟ ଘର ସଭାପତି ମୋତିଲାଲ୍ ପତି ମୁଖ୍ୟ ଅତିଥି ,ମୁଖ୍ୟବକ୍ତା ସମାଜସେବୀ ତଥା ରୋଟାରିକ୍ଳବ୍ ପୁର୍ବତନ ସଭାପତି ଭି ଦେବୀ ପ୍ରସାଦ ପାତ୍ର,ବେଲଗୁଣ୍ଠା ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ତଥା ଉତ୍କଳ ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର,ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ଏଲ୍.ସତାଶ୍ ରେଡ୍ଡୀ, ରାଜ୍ୟ ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ, ବଣିକ ସଂଘ ସଭାପତି ସନ୍ନତ କୁମାର ସୁବୁଦ୍ଧି
ଓ ସାଂସ୍କୃତିକ ପରିଷଦ ସଭାପତି ଯୁଧିଷ୍ଠିର ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ ।ଗଣମାଧ୍ୟମ ହେଉଛି ସମାଜର ଦର୍ପଣ ସଦୃଶ୍ୟ ।ସମାଜର ପ୍ରତି ବର୍ଗର ପ୍ରତିଛବିକୁ ନିଜ ଭାଷା ମାଧ୍ୟମରେ ବାର୍ତ୍ତା ମାଧ୍ୟମରେ ସରକାର ବା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥାଏ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ । ହେଲେ ଆଜି କ’ଣ ଗଣମାଧ୍ୟମ ସ୍ୱାଧୀନ । ସାମ୍ବାଦିକଙ୍କ କଲମ କ’ଣ ଆଜି ସ୍ୱାଧୀନ ଭାବେ ସ୍ୱର ଉତ୍ତୋଳନ କରେ । ଗଣମାଧ୍ୟମ ଏକ ବିକାଶଶୀଳ ସମାଜ ତଥା ରାଷ୍ଟ୍ର ନିର୍ମାଣରେ ଅନନ୍ୟ ଭୁମିକା ଯେ ଗ୍ରହଣ କରିଥାଏ ବୋଲି ଅତିଥି ମାନେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏଥି ସହିତ ନିଜ ଜୀବନକୁ ବାଜି ଲଗାଇ ଜଣେ ସାମ୍ବାଦିକ ବିଭିନ୍ନ ସମୟରେ ବିଭିନ୍ନ ଘଟଣା, ଦୁର୍ଘଟଣା ରେ ଖବର ସଂଗ୍ରହ କରି ଲୋକଙ୍କ ନିକଟରେ ପହଞ୍ଚାଇଥାଏ କିନ୍ତୁ ସାମ୍ବାଦିକଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ନିଶ୍ଚିତ ଭାବେ ନିରୁତ୍ସାହଜନକ ବୋଲି ମତପ୍ରକାଶ ପାଇଥିଲା । କେଉଁଠି ନା କେଉଁଠି କିଛି ମୁଷ୍ଟିମେୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଗଣମାଧ୍ୟମ ଆଜି ନିଜର ମୁଳଧାରାଠୁ ଦୂରେଇ ଯାଇଛି ବୋଲି କିଛି ଅତିଥି ପ୍ରକାଶ କରିଥିଲେ । ଏଥିପାଇଁ ଗଣମାଧ୍ୟମ ପ୍ରତିନିଧି ତଥା ସଂସ୍ଥା ଏକଜୁଟ ହୋଇ କାର୍ଯ୍ୟ କଲେ ସାମ୍ବାଦିକ ମାନଙ୍କୁ ଉପଯୁକ୍ତ ମୁଲ୍ୟ ମିଳିପାରିବ ବୋଲି ଗୁରୁତ୍ବାରୋପ କରାଯାଇଥିଲା । ନଭେମ୍ବର ୧୬ ଜାତୀୟ ଗଣମାଧ୍ୟମ ଦିବସ ଅବସରରେ ରୋଟାରୀ କ୍ଳବ୍ ବେଲଗୁଣ୍ଠା ବ୍ଳକର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।ଶେଷରେ ଶ୍ରୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପବିତ୍ର ମୋହନ ପ୍ରଧାନ,ସୁଧୀର କୁମାର ପାଣିଗ୍ରାହୀ, ରଞ୍ଜିତ କୁମାର ବାରିକ, ବସନ୍ତ କୁମାର ପାତ୍ରଙ୍କ ସହ ପ୍ରେସ କ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, କୋଷାଧ୍ୟକ୍ଷ ବିଭୁପାଦ ଜେନା, ସହ ସମ୍ପାଦକ ସରୋଜ କୁମାର ଶତପଥୀ, ଉପଦେଷ୍ଟା ସୁଶାନ୍ତ କୁମାର ବେହେରା,ପୂର୍ବତନ ସଭାପତି ମାଧବ ଚନ୍ଦ୍ର ଅlପଟ, ଚନ୍ଦନ ସାହୁ, ସୁଧାଂଶୁ ଶେଖର ବିଷୋୟୀ, ପଞ୍ଚାନନ ସାହୁ, ଶିବରାମ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ନାରାୟଣ ପଣ୍ଡା, କୃଷ୍ଣ ପଟ୍ଟନାୟକ,କୁମାର କାର୍ତ୍ତିକେଶ୍ୱର ପ୍ରଧାନ ଓ ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କୁ ରୋଟାରୀ କ୍ଲବ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ସମସ୍ତ ଗଣମାଧ୍ୟମ ପ୍ରତିନିଧି ଭଞ୍ଜନଗର ରୋଟାରୀ କ୍ଳବ୍ କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

nis-ad
Leave A Reply

Your email address will not be published.